ବଜାରରେ ‘ବିଜେପି ମିଠା’

ନୂଆଦିଲ୍ଲୀ : ଜୁନ ୪ରେ ଲୋକସଭା ନିର୍ବାଚନ ଫଳାଫଳ ବାହାରିବ । ତେବେ ଏକଜିଟ୍ ପୋଲ ଫଳାଫଳକୁ ନେଇ ନେଇ ‘ଅବକୀ ବାର ୪୦୦ପାର୍‌‌’ ନାରା ଦେଇଥିବା ବିଜେପିର ମନୋବଳ ବୃଦ୍ଧି ପାଇଛି। ସାମାଜିକ ଗଣମାଧ୍ୟମରେ ଏବେଠୁ ବିଜେପି କର୍ମୀ ଖୁସି ପାଳନ କରିବା ଆରମ୍ଭ କରିଦେଇଛନ୍ତି । ଇଣ୍ଟରନେଟରେ ବିଭିନ୍ନ ଫଟୋ ଓ ଭିଡିଓ ଭାଇରାଲ ହେଉଛି । ଏହି କ୍ରମରେ ଏବେ ଦେଖିବାକୁ ମିଳୁଛି ‘ବିଜେପି ମିଠା’ । ସାମାଜିକ ଗଣମାଧ୍ୟମରେ ବିଜେପି ମିଠାର ଫଟୋ ଭାଇରାଲ ହେବାରେ ଲାଗିଛି ।

ଏହି ମିଠା ବିଲକୁଲ୍ ବିଜେପି ଦଳର ଚିହ୍ନ ପଦ୍ମଫୁଲ ଭଳି ପ୍ରସ୍ତୁତ ହୋଇଛି । ଏହା ମିଠା ଦୋକାନରେ ସଜା ହୋଇ ଥୁଆ ହୋଇଛି । ତେବେ ଏହି ମିଠାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏଥିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିବା ସହ ଏହାକୁ ସେୟାର କରୁଛନ୍ତି ।

 

Comments are closed.