ଏସଏଚଜି ମହିଳା ଟଙ୍କା ବାଣ୍ଟୁଥିବା ଅଭିଯୋଗ

ବାଲେଶ୍ବର : ରେମୁଣାରେ ସ୍ବୟଂ ସହାୟକ ଗୋଷ୍ଠୀ(ଏସଏଚଜି) ମହିଳାଙ୍କ ଦ୍ବାରା ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି । ରେମୁଣା ବ୍ଲକ୍ ପରିସର ମିଶନ ଶକ୍ତି ଗୃହରେ ଟଙ୍କା ବଣ୍ଟା ଯାଉଥିବା  ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ । ଅଭିଯୋଗ ପରେ ଫ୍ଲାଇଂ ସ୍କାଡ୍ ପହଞ୍ଚି ଖୋଳତାଡ କରିଛି । ତେବେ ଏହା ପୂର୍ବରୁ ଘଟଣାସ୍ଥଳରୁ ୩ ଏସଏଚଜି ମହିଳା ଚମ୍ପଟ ମାରିଥିଲେ । ଘଟଣାସ୍ଥଳରୁ ପଲିଥିନରୁ ଏକାଧିକ ୫୦୦ ଟଙ୍କିଆ ନୋଟ ବଣ୍ଡଲ୍ ଜବତ କରାଯାଇଛି । ମିଳିଥିବା ଧଳା କାଗଜ ଉପରେ ବିଭିନ୍ନ ପଞ୍ଚାୟତ ନାଁ ଲେଖାଯାଇଛି । ତେବେ ମତଦାନ ପୂର୍ବ ରାତିରେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବଡ଼ସାହି ପୁଲିସକୁ ଆକ୍ରମଣ, ୨୮ ଗିରଫ

Comments are closed.