www.samajalive.in
Sunday, December 7, 2025
14.1 C
Bhubaneswar

ଇୟରଫୋନ୍ ଦେଇ ପାରି ହେଉଥିଲେ ଟ୍ରାକ୍, ଧକ୍କା ଦେଲା ଟ୍ରେନ୍…

ନୂଆଦିଲ୍ଲୀ: କାନରେ ଇୟର ଫୋନ୍ ଦେଇ ରେଳଲାଇନ୍ ପାର୍ ହେବା ପଡିଲା ମହଙ୍ଗା। ଟ୍ରେନ୍ ଧକ୍କାରେ ଦୁଇ ଭଉଣୀଙ୍କର ଜୀବନ ଚାଲିଯାଇଛି। ଉତ୍ତର ପ୍ରଦେଶ ଆଗ୍ରାରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ମୃତକ କିରଣ ଏବଂ ସରିତା ବୋଲି ଜଣାପଡିଛି। ଶୁକ୍ରବାର ବିଳମ୍ବିତ ରାତିରେ ତିନି ଉଭଣୀ ପାଖ ଗାଁରୁ ଭାଗବତ ପାଠ ଶୁଣି ଘରକୁ ଫେରୁଥିଲେ। କାନରେ ଇୟର ଫୋନ୍ ଦେଇ ନିକଟରେ ଥିବା ଏକ ରେଳ ଲାଇନ୍ ପାର୍ ହେଉଥିଲେ। କାନରେ ଇୟର ଫୋନ୍ ଦେଇଥିବାରୁ ଉଭୟ ଟ୍ରେନ୍ ଶଦ୍ଦ ଶୁଣିପାରିନଥିଲେ। ଫଳରେ ଟ୍ରେନ୍ ଧକ୍କାରେ ଦୁଇ ଭଉଣୀଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଉଭଣୀଙ୍କ ପତ୍ତା ମିଳୁନି। ପରେ ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ସେପଟେ ଦୁଇ ଭଉଣୀଙ୍କ ଅଚାନକ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories