www.samajalive.in
Tuesday, December 9, 2025
15.1 C
Bhubaneswar

ଖଲ୍ଲିକୋଟ ପ୍ରାକ୍‌ ନିର୍ବାଚନୀ ହତ୍ୟା ଘଟଣା: ରାସ୍ତାରୋକୋବେଳେ ପୁଲିସକୁ ପଥର ମାଡ଼, ୧୪୪ ଧାରା ଲାଗୁ

ଡେସ୍କ: ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣସରଣପୁର ଗ୍ରାମରେ ନିର୍ବାଚନୀ ହିଂସାରୁ ଘଟିଥିବା ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା ଲାଗି ରହିଛି। ଗୁରୁବାର ସ୍ଥାନୀୟ ଲୋକେ ଥାନା ଆଗରେ ରାସ୍ତାରୋକୋ କରିଥିବାବେଳେ ପୁଲିସ ଗାଡ଼ି ଉପରକୁ ପଥର ଏବଂ ବୋତଲ ମାଡ଼ କରିଛନ୍ତି।  ପୁଲିସ ସେମାନଙ୍କୁ ଘଉଡ଼ାଇବାକୁ ଲାଠିମାଡ଼ କରିଛି। ପୁଲିସ ଲାଠିମାଡ଼ରେ ଅନେକ ଲୋକ ଆହତ ହୋଇଛନ୍ତି। ପଥର ମାଡ଼ରେ ପୁଲିସ ଭ୍ୟାନ କାଚ ଭାଙ୍ଗିଥିବା ଜଣାପଡ଼ିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଥାନାଠାରୁ ୨୦୦ ମିଟର ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି।

ସୂଚନାଯୋଗ୍ୟ, ବୁଧବାର ରାତିରେ ଶ୍ରୀକୃଷ୍ଣସରଣପୁର ଗ୍ରାମରେ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଦୁଇ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷରୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଫଳରେ ବିଜେପି ପୋଷ୍ଟର ମାରୁଥିବା ରାମ ପାହାନଙ୍କ ପୁଅ ଦିଲୀପ ଏବଂ ଜିତେନ୍ଦ୍ର ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପ୍ରତିବାଦରେ ମୃତକଙ୍କ ପରିବାର ଲୋକଙ୍କ ସହିତ ବିଜେପି ପକ୍ଷରୁ ଗୁରୁବାର ଥାନା ଘେରାଉ କରାଯିବା ସହିତ ଥାନା ସମ୍ମୁଖ ରାସ୍ତା ଅବରୋଧ କରିଥିଲେ। ଏହି ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରିଥିଲା।

- Advertisement -

ତେବେ ପୁଲିସ ରାସ୍ତା ଅବରୋଧକାରୀଙ୍କୁ ଉଠିଯିବାକୁ ବୁଝାଶୁଝା କରିଥିଲା। କିନ୍ତୁ କୌଣସି ଫଳ ନ ମିଳିବାରୁ ପୁଲିସ ପକ୍ଷରୁ ମୃଦୁ ଲାଠିଚାଳନା କରାଯାଇଥିଲା। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ଏବଂ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଲୋକେ ପୁଲିସ ଉପରକୁ ପଥର ଏବଂ ବୋତଲ ଫିଙ୍ଗିଥିଲେ। ଏଥିରେ ପୁଲିସ ଭ୍ୟାନ୍‌ କାଚ ଭାଙ୍ଗିବା ସହିତ କିଛି କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ସେହିପରି ପୁଲିସ ଲାଠିମାଡ଼ରେ କିଛି ଲୋକ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories