www.samajalive.in
Friday, December 5, 2025
26.1 C
Bhubaneswar

ଆସିଲା ହଥରସ୍ ଦଳାଚକଟାରେ ମୃତକଙ୍କ ବ୍ୟବଚ୍ଛେଦ ରିପୋର୍ଟ

ସମାଜ ଡିଜିଟାଲ ଡେସ୍କ: ହଥରସ୍ ଦଳାଚକଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଛାତିରେ ଆଘାତ ଯୋଗୁ ରକ୍ତ ଜମାଟ ବାନ୍ଧିବା, ପଞ୍ଜରା ହାଡ଼ ଏବଂ ଫୁସଫୁସରେ ଆଘାତ ଯୋଗୁ ସମସ୍ତଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ କୁହାଯାଇଛି। ଦଳାଚକଟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ଆଗ୍ରାସ୍ଥିତ ଏସ.ଏନ ମେଡିକାଲ କଲେଜରେ ସମ୍ପନ୍ନ ହୋଇଥିବାବେଳେ ଜଣେ ବରିଷ୍ଠ ଡାକ୍ତର ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ହଥରସରେ ଆତ୍ମଘୋଷିତ ଭୋଲେ ବାବାଙ୍କ ଏକ କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକ ସାମିଲ ହୋଇଥିବାବେଳେ ସେଠାରେ ଦଳାଚକଟା ଘଟିଥିଲା। ବାବାଙ୍କ ପାଦ ସ୍ପର୍ଶ କରିବା ଲାଗି ଲୋକଙ୍କ ମଧ୍ୟରେ ଠେଲାପେଲା ଘଟି ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଲୋକେ ଜୀବନ ବିକଳରେ ଭିଡ଼ରୁ ବାହାରିବାକୁ ଚେଷ୍ଟା କରିବାରୁ ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ଘଟିବା ସହିତ ୨୦୦ରୁ ଅଧିକ ଆହତ ହୋଇଥିଲେ। ରାଜ୍ୟ ସରକାର ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories