www.samajalive.in
Monday, December 15, 2025
16.1 C
Bhubaneswar

ସିଲିଣ୍ଡର ବିସ୍ଫୋରଣରେ ଭାଙ୍ଗିଲା ଘର, ଉଡିଲା ଛାତ

ଖଣ୍ଡପଡା: ଫ୍ୟାନରୁ ସର୍ଟ ସର୍କିଟ୍ ପରେ ଘରେ ଲାଗିଲା ନିଆଁ। ଫାଟିଲା ଗ୍ୟାସ୍ ସିଲିଣ୍ଡର, ଉଡିଗଲା ଘରର ଛାତ। ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ୬ ଜୀବନ। ନୟାଗଡ ଜିଲ୍ଲା ଭାପୁର ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କ କ୍ଵାର୍ଟର୍ସରେ ଏହି ଅଗ୍ନିକାଣ୍ଡ ଘଟିଛି। ରାତି ୩ଟାବେଳେ ଏହି ଘଟଣା ଘଟିଛି। ଘରେ ଶୋଇଥିଲେ ଭାପୁର ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀ କୈଳାଶ ଚନ୍ଦ୍ର ଦାସ , ତାଙ୍କ ପତ୍ନୀ ଏବଂ ୩ ପିଲା ଏବଂ ମାଆ। ହଠାତ୍ ମାଆ ଶୋଇଥିବା ରୁମରେ ଥିବା ଫ୍ୟାନରେ  ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଯାଇଥିଲା। ଦେଖୁ ଦେଖି ଚାରିଆଡେ ବ୍ୟାପି ଯାଇଥିଲା ନିଆଁ। ସମସ୍ତେ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ। ନିଆଁରେ ଘରେ ଥିବା ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା।  ପ୍ରଚଣ୍ଡ ଶଦ୍ଦ ହେବା ସହ ଘରର ଛାତ ଉଡିଯାଇଥିଲା। ନିଆଁରେ କୈଳାଶ , ତାଙ୍କ ପତ୍ନୀ ଓ ମାଆଙ୍କର ଶରୀରର ବିଭିନ୍ନ ସ୍ଥାନ ଜଳିଯାଇଛି। ଖବର ପାଇ ଭାପୁର ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories