www.samajalive.in
Saturday, December 6, 2025
23.1 C
Bhubaneswar

ବିବାହ ଉତ୍ସବରେ ବିସ୍ଫୋରଣ, ୧୮ ଆହତ

ସମାଜ ଡିଜିଟାଲ ଡେସ୍କ: ବିବାହ ଉତ୍ସବ ଚାଲିଥିବା ସମୟରେ ହୋଇଛି ବୋମାମାଡ଼। ବୋମା ବିସ୍ଫୋରଣ ଯୋଗୁ ୧୮ ଜଣ ଆହତ ହୋଇଛନ୍ତି। ପାକିସ୍ତାନର ଖାଇବରପଖତୁନଖଓ୍ବା ପ୍ରଦେଶ ଅନ୍ତର୍ଗତ କୁରାମ  ଜିଲାରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ରବିବାର ଏହି ବିବାହ ଉତ୍ସବ ଆୟୋଜନ ହୋଇଥିଲା। ସବୁ ଲୋକ ଆନନ୍ଦରେ ଉତ୍ସବ ମନାଉଥିବା ସମୟରେ କିଛି ଦୁର୍ବୃତ୍ତ ଆସି ହଠାତ ଉତ୍ସବ ସ୍ଥଳକୁ ଗ୍ରେନେଡ୍‌ ଫିଙ୍ଗିଥିଲେ। ଏହା ପରେ ତୁରନ୍ତ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ପୁଲିସ ସନ୍ଦେହ କରି ତଦନ୍ତ ଚଳାଇଛି। ହେଲେ କୌଣସି ଆତଙ୍କୀ ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories