www.samajalive.in
Saturday, December 6, 2025
14.1 C
Bhubaneswar

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଜିଲାସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା

କେନ୍ଦୁଝରଗଡ଼: ଦୈନିକ ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ପରିପ୍ରେକ୍ଷୀରେ ରବିବାର ରାଜ୍ୟବ୍ୟାପୀ ବିଦ୍ୟାଳୟସ୍ତରୀୟ ଓଡିଆ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜେଲରୋଡସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦୁଝରଗଡ ଠାରେ ଅନୁଷ୍ଠିତ ଜିଲାସ୍ତରୀୟ ଓଡିଆ ପ୍ରବନ୍ଧ ‘ଗୋପବନ୍ଧୁଙ୍କ ସ୍ୱପ୍ନରେ ଓଡିଶାର ବିକାଶ’ ଶୀର୍ଷକ ପ୍ରତିଯୋଗିତାରେ କେନ୍ଦୁଝରର ବିଭିନ୍ନ ବିଦ୍ୟାଳୟର ୫୩ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଏହି ପ୍ରତିଯୋଗିତାରେ ରବୀନ୍ଦ୍ର ବିଦ୍ୟାନିକେତନ କେନ୍ଦୁଝରର ଦଶମଶ୍ରେଣୀ ଛାତ୍ରୀ ସାଧନା ଦାସ ପ୍ରଥମ, ସେଣ୍ଟ ଜାଭିୟର୍ସ ସ୍କୁଲ କେନ୍ଦୁଝରର ଅଷ୍ଟମଶ୍ରେଣୀ ଛାତ୍ରୀ ସମୃଦ୍ଧି ଦାଶ ଦ୍ୱିତୀୟ ଓ ଟାଉନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ନବମଶ୍ରେଣୀ ଛାତ୍ରୀ ଆକାଂକ୍ଷା ପାଣିଗ୍ରାହୀ ତୃତୀୟସ୍ଥାନ ହାସଲ କରି ଅତିଥିଙ୍କ ଠାରୁ ମାନପତ୍ର ଓ ଅର୍ଥରାଶି ପୁରସ୍କାର ଭାବେ ଗ୍ରହଣ କରିଥିଲେ।

- Advertisement -

ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ଓଡିଆ ଭାଷା ସାହିତ୍ୟ ବିଭାଗ ସହକାରୀ ପ୍ରାଧ୍ୟାପକ ସୁମନ୍ତ୍ର ନାଏକ ଓ ସହକାରୀ ପ୍ରାଧ୍ୟାପିକା ଶୁଭସ୍ମିତା ଦାଶ ଏବଂ ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝରର ଓଡିଆ ଭାଷା ସାହିତ୍ୟ ବିଭାଗ ଅଧ୍ୟାପକ ଧର୍ମବୀର ମୋହନ ସିଂ ବିଚାରକ ଭାବେ ଯୋଗଦେଇ ମୂଲ୍ୟାୟନ କରିବା ସହ ପ୍ରବନ୍ଧର ଶୀର୍ଷକ ‘ଗୋପବନ୍ଧୁଙ୍କ ସ୍ୱପ୍ନରେ ଓଡିଶାର ବିକାଶ’ ସମ୍ପର୍କରେ ଅଂଶଗ୍ରହଣକାରୀ ପ୍ରତିଯୋଗୀଙ୍କ ଉଦ୍ଦେଶ୍ୟରେ ନିଜ ନିଜର ଅଭିବ୍ୟକ୍ତି ବାଢ଼ିଥିଲେ ।

ସମାଜ ପ୍ରତିନିଧି ଜ୍ଞାନରଞ୍ଜନ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସମାରୋହରେ ଗୋନାସିକା ଏଜୁକେସନାଲ ଟ୍ରଷ୍ଟର ଚେୟାରମ୍ୟାନ ରାଜଶ୍ରୀ ଖଟୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଂଶଗ୍ରହଣକାରୀ ପ୍ରତିଯୋଗୀଙ୍କୁ ଗୋପବନ୍ଧୁଙ୍କ ଜୀବନାଦର୍ଶରେ ଅନୁପ୍ରାଣୀତ ହେବାକୁ ଆହ୍ୱାନ ଦେବାସହ ନିଜ ପରିବେଶକୁ କିଭଳି ସ୍ୱଛ ଓ ସୁନ୍ଦର ରଖାଯାଇ ପାରିବ ସେ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ ।  ଦାନୀ ଗ୍ରୁପ୍‍ ଅଫ୍‍ ଇନ୍‍ଷ୍ଟିଚ୍ୟୁଟ ଚେୟାରମ୍ୟାନ ଇଂ ବସନ୍ତ କୁମାର ଦାନୀ ଓ ସିଟିଜି ଫାଉଣ୍ଡେସନର ଚେୟାରମ୍ୟାନ ରାଜେନ୍ଦ୍ର କୁମାର ପଲେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଜିର ଯୁବପୀଢ଼ି ଗୋପବନ୍ଧୁଙ୍କ ସେବା ଓ ତ୍ୟାଗ ମନୋଭାବକୁ ଆପଣାଇବାକୁ ପରାମର୍ଶ ଦେଇଥିଲେ ।

ପ୍ରାରମ୍ଭରେ ସମାଜର ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମିଶ୍ର ପ୍ରତିଯୋଗିତା ଆୟୋଜନ ସମ୍ପର୍କରେ ମତବ୍ୟକ୍ତ କରିବା ସହ ସମସ୍ତ ପ୍ରତିଯୋଗୀଙ୍କୁ ସାଧୁବାଦ୍‍ ଜଣାଇଥିଲେ । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କେନ୍ଦୁଝରଗଡର ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ, ଆଚାର୍ଯ୍ୟ ସରୋଜ କୁମାର ଦାସ, ଚନ୍ଦ୍ରକାନ୍ତ ସାମନ୍ତ, ପ୍ରତାପ ସେଠୀ, ଅକ୍ଷୟ ପଲେଇ, ଦୁର୍ଯ୍ୟୋଧନ ମହାନ୍ତ, ସନ୍ତୋଷ କର, ପ୍ରଦୀପ କୁମାର ଦାସ, ଦୀନବନ୍ଧୁ ସାହୁ, ସେବକ ସୁନୀଲ କୁମାର ମହାରଣା ଓ ଗଦାଧର ପାତ୍ର, ବଣିଆପାଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ୟ ବିଦ୍ୟାଧର ମହାନ୍ତ, କେନ୍ଦୁଝର ସମାଜ କାର୍ଯ୍ୟାଳୟ କର୍ମଚାରୀ ପବିତ୍ର ବେହେରା, ତାରିଣୀ ଶଙ୍କର ବେହେରା ପ୍ରମୁଖ ପ୍ରତିଯୋଗିତା ଆୟୋଜନ ଓ ପରିଚାଳନାରେ ସକ୍ରିୟ ସହଯୋଗ କରିଥିବା ବେଳେ ଶେଷରେ କେନ୍ଦୁଝର ସଦର ପ୍ରତିନିଧି ବିଜୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories