www.samajalive.in
Saturday, December 6, 2025
15.1 C
Bhubaneswar

ପଛୁଆ ଗଡିଲା ଅଟୋ: ଭିଡିଓ ଦେଖି ଲୋକେ କହିଲେ ‘ରକେଟ୍’

ନୂଆଦିଲ୍ଲୀ : କାର୍ ହେଉ ବା ଅଟୋ ପଛୁଆ ଚଳାଇବା ଅତି କାଠିକର ପାଠ ହୋଇଥାଏ । ଗାଡିରେ ବ୍ୟାକ୍ ଗିୟର ପକାଇ ପଛୁଆ ପଛୁଆ ନେବାକୁ ହେଇଥାଏ । ଏହି ସମୟରେ ପଛକୁ ଦେଖିବାକୁ ମଧ୍ୟ ପଡିଥାଏ । କିନ୍ତୁ ଏବେ ସାମାଜିକ ଗଣମାଧ୍ୟମରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଅଟୋ ଚାଳକ ଆଖି ପିଛୁଳାକେ ଅଟୋକୁ ପଛୁଆ ଚଳାଇ ନେଇଯାଉଛନ୍ତି । ଏହି ଭିଡିଓ ସମସ୍ତଙ୍କୁ ଚକିତ କରୁଛି ।

- Advertisement -

ରେସିଂ କ୍ଲବ ସାଙ୍ଗଲି ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି । ଭିଡିଓରେ ବାଇକ୍ ରେସ୍ ଦେଖିବାକୁ ମିଳୁଛି । ୨-୩ଟି ବାଇକ୍ ପ୍ରଥମେ ବହୁତ ସ୍ପିଡରେ ଯାଉଛନ୍ତି । ଏହା ପରେ ଏକ ଅଟୋ ବହୁତ ସ୍ପିଡରେ ପଛୁଆ ଆସୁଛି ଏବଂ ଦ୍ରୁତ ଗତିରେ ଗତି କରୁଛି । ଭଲ ଭାବେ ଦେଖିବା ପରେ ଚାଳକ ଜଣକ ପଛକୁ ଚାହିଁ ଅଟୋ ଚଳାଉଥିବା ଦେଖିବାକୁ ମିଳୁଛି । ଭିଡିଓଟି ଭାଇରାଲ ହେବାରେ ଲାଗିଛି । ସମସ୍ତେ ଅଟୋ ଚାଳକଙ୍କ ଦକ୍ଷତାକୁ ପ୍ରଶଂସା କରୁଛନ୍ତି । କିଛି ଲୋକ ଏହାର ଗତି ଦେଖି ଏହାକୁ ରକେଟ୍ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଭିଡିଓରେ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି ।

ଅନେକ ଫିଚର୍ସ ସହିତ ଆସିଲା ଏହି ଇ-ସ୍କୁଟର, ଜାଣନ୍ତୁ ଦାମ୍

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories