www.samajalive.in
Sunday, December 7, 2025
16.1 C
Bhubaneswar

ଅନେକ ଫିଚର୍ସ ସହିତ ଆସିଲା ଏହି ଇ-ସ୍କୁଟର, ଜାଣନ୍ତୁ ଦାମ୍

ନୂଆଦିଲ୍ଲୀ : ଆଜିକାଲି ଇଲେକ୍ଟ୍ରିକ୍ ଦୁଇଚକିଆ ଯାନର ଚାହିଦା ବଢିବାରେ ଲାଗିଛି । ଏହି କ୍ଷେତ୍ରରେ ଓଲା ନିଜ ଦବଦବା ବଜାୟ ରଖିଛି । ଏହି କ୍ଷେତ୍ରରେ ଆଉ ଏକ କମ୍ପାନୀ ଇ-ସ୍କୁଟର ପ୍ରସ୍ତୁତ କରିଛି ଯାହାକୁ କେହି ବି ଚଲାଇପାରିବେ । ଅର୍ଥାତ୍ ଏଥିପାଇଁ ଆପଣଙ୍କୁ ଗାଡି ବାଲାନ୍ସ କରିବା ଦରକାର ନାହିଁ । ଉତ୍ତର ପ୍ରଦେଶର ଅଲିଗଢରେ ହିନ୍ଦୁସ୍ତାନ ପାଓ୍ବର କେଲା ସନ୍ସ ୩ ଚକିଆ ବିଶିଷ୍ଟ ଥ୍ରି-ହ୍ବିଲ୍ ଇ-ସ୍କୁଟର ନେଇଆସିଛି । ଏଥିରେ ପଛପଟେ ୨ଟି ଚକ ଦିଆଯାଇଛି ଯାହା ଫଳରେ ସହଜରେ ଜଣେ ଗାଡିରୁ ପଡିବ ନାହିଁ ।

ଏହି ଇଲେକ୍ଟ୍ରିକ୍ ସ୍କୁଟରର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏହି ସ୍କୁଟରକୁ ସ୍କୁଲ ଛାତ୍ରଛାତ୍ରୀ ବା ବୟସ୍କ ଲୋକ ସହଜରେ ଚଲାଇପାରିବେ । ପଛରେ ବସୁଥିବା ଲୋକ ହାତ ଥୋଇବା ପାଇଁ ଦୁଇପଟେ ଆର୍ମ ରେଷ୍ଟ ମଧ୍ୟ ଦେଇଛି କମ୍ପାନୀ । ଫ୍ରଣ୍ଟରେ ଏଲଇଡି ହେଡଲାଇଟ୍ ଏବଂ ସମ୍ପୂର୍ଣ୍ଣ ରୂପେ ଫାଇବର ବଡି ମିଳେ । ଏଥିରେ ଷ୍ଟୋରେଜ୍ ବାକ୍ସ ମଧ୍ୟ ମିଳେ । ମୋବାଇଲ ଆଦି ଚାର୍ଜ କରିବା ପାଇଁ ଗାଡିରେ ଚାର୍ଜିଂ ପୋର୍ଟ ମଧ୍ୟ ଦିଆଯାଇଛି । ସ୍କୁଟରରେ ୬୦ ଭୋଲ୍ଟର ୩୨ ଏଏଚ୍ ଲିଡ୍-ଏସିଡ୍ ବ୍ୟାଟେରୀ ମିଳୁଛି । ଅତିରିକ୍ତ ଖର୍ଚ୍ଚ କରି ଏହାକୁ ଲିଥିୟମ-ଆୟନ ବ୍ୟାଟେରୀ ମଧ୍ୟ କରିହେବ । ଫୁଲ ଚାର୍ଜ ହେଲେ ଏହି ସ୍କୁଟର ୬୦ କିମି ଯାତ୍ରା କରିପାରିବ । ସମ୍ପୂର୍ଣ୍ଣ ଚାର୍ଜ ହେବା ପାଇଁ ଏହା ୪ ଘଣ୍ଟା ସମୟ ନେଇଥାଏ । ଏହାର ଦାମ୍ ୧.୨୦ ଲକ୍ଷ ଟଙ୍କା ରଖିଛି କମ୍ପାନୀ ।

ପେପର୍‌ ମିଲରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମାଗ୍ରୀ ପୋଡି ନଷ୍ଟ

- Advertisement -

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories