ଟିଟଲାଗଡ: ବଲାଙ୍ଗୀର ଟିଟଲାଗଡ ଚୋରମରାସ୍ଥିତ ପେପର୍ ମିଲ୍ ରେ ଅଗ୍ନିକାଣ୍ଡ। ଆଜି ସକାଳ ପ୍ରାୟ ୯ଟା ସମୟରେ ପେପର ମିଲର ଗୋଦାମ ଘରେ ନିଆଁ ଲାଗିଯାଇଥିଲା। ଗୋଦାମ ଘରେ କାଗଜ ଏବଂ ବିଭିନ୍ନ ପ୍ରକାର କେମିକାଲ ଥିବାରୁ ନିଆଁ ଦ୍ରୁତ ଗତିରେ ବ୍ୟାପିଯାଇଥିଲା। ପରେ କାରଖାନାରେ କାର୍ଯ୍ୟରତ କର୍ମଚାରୀ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଶେଷରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମବାହିନୀ। ସର୍ଟ ସର୍କିଟ୍ ଯୋଗୁଁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବାର ଖବର ମିଳିନି। କିନ୍ତୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ସୂଚନା ମିଳିଛି। ତେବେ ଆଜି ରବିବାର ଛୁଟି ଦିନ ଥିବାରୁ କାରଖାନାରୁ କେହି କର୍ମଚାରୀ ଆସିନଥିଲେ। ତେଣୁ ଏକ ବଡ ଅଘଟଣ ବର୍ତ୍ତିଯାଇଛି ବୋଲି କୁହାଯାଇପାରିବ।
Popular Categories



