www.samajalive.in
Friday, December 5, 2025
26.1 C
Bhubaneswar

ଲଜ୍ଜା: ମହିଳାଙ୍କୁ ରାସ୍ତାରେ ପିଟିଲେ ଯୁବକ, ଦୃଶ୍ୟ ଉପଭୋଗ କଲେ ଶତାଧିକ ପ୍ରତ୍ୟକ୍ଷଦର୍ଶୀ

ସମାଜ ଡିଜିଟାଲ ଡେସ୍କ: ମହିଳାଙ୍କୁ ବାଡ଼ିରେ ପିଟୁଛନ୍ତି ଯୁବକ। ସହାୟତା ପାଇଁ ଚିତ୍କାର କରି ମହିଳା ଜଣକ ରାସ୍ତାରେ ଗଡ଼ୁଛନ୍ତି। ଚାରିପଟେ ଘେରି ରହି ଦୃଶ୍ୟକୁ ଉପଭୋଗ କରୁଛନ୍ତି ଶତାଧିକ ଲୋକ। ହେଲେ ତାଙ୍କୁ ଉଦ୍ଧାର କରିବା ପାଇଁ କେହି ଆଗକୁ ଆସୁନାହାନ୍ତି। ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି ପଶ୍ଚିମବଙ୍ଗର ଚୋପ୍ରା ଅଞ୍ଚଳରେ। ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ରାଜ୍ୟରେ ଶାସକ ଟିଏମସିର ଅସଲ ମୁଖା ସାମ୍ନାକୁ ଆସିଛି ବୋଲି ରାଜନୈତିକ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି। କାରଣ ମହିଳାଙ୍କୁ ମାଡ଼ ମାରୁଥିବା ଯୁବକ ହେଉଛନ୍ତି ଜଣେ ଟିଏମସି ବିଧାୟକଙ୍କ ଘନିଷ୍ଠ ସହଯୋଗୀ। ଏହି ଭିଡିଓଟିକୁ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ପୋଷ୍ଟ କରିଛନ୍ତି ବିଜେପି ନେତା ଅମିତ ମାଲଭିୟ।

- Advertisement -

ଅଭିଯୁକ୍ତ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳରେ ଜେସିବି ନାମରେ ପରିଚିତ। ତାଙ୍କୁ ଲୋକେ ତାଜେମୁଲ ବି କୁହନ୍ତି। ଏହାର ଅର୍ଥ ହେଉଛି ଲୋକଙ୍କୁ ତ୍ଵରିତ ନ୍ୟାୟ ଦେବା। ଶାରିୟା କୋର୍ଟ ବସାଇ ଦୋଷୀଙ୍କୁ ସର୍ବସମ୍ମୁଖରେ ଦଣ୍ଡ ଦେଉଥିବା ବ୍ୟକ୍ତିଙ୍କୁ ପଶ୍ଚିମବଙ୍ଗରେ ତାଜେମୁଲ କୁହାଯାଏ। ଭିଡିଓଟିରେ ସେ ଅନ୍ୟ ଜଣେ ଯୁବକଙ୍କୁ ବି ନିସ୍ତୁକ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଭିତରୁ କିଛି ଲୋକ ପ୍ରତିବାଦ କରିବା ଦୂରର କଥା ଓଲଟି ଅଭିଯୁକ୍ତକୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଏକ ପରକୀୟା ପ୍ରୀତି ଘଟଣାର ସମାଧାନ ପାଇଁ ଶାରିୟା କୋର୍ଟ ବସାଇ ଦୁଇ ଦୋଷୀଙ୍କୁ ଦଣ୍ଡସ୍ଵରୂପ ସର୍ବସମ୍ମୁଖରେ ମାଡ଼ ମରାଯାଉଥିଲା। ସେମାନଙ୍କୁ ଏଥିପାଇଁ ଜରିମାନା ବି କରାଯାଇଥିଲା। ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ଏଭଳି ଦଣ୍ଡ ବିଧାନ ବ୍ୟବସ୍ଥା ଚିନ୍ତାର ବିଷୟ ପାଲଟିଛି। ବିଜେପି ନେତା ଅମିତ ମାଲଭିୟ ରାଜ୍ୟରେ ମମତା ବାନାର୍ଜୀ ସରକାରରେ ଆଇନଶୃଙ୍ଖଳା ପରିସ୍ଥିତି କିପରି ରହିଛି ତାହାର ଏହା ଏକ ନମୁନା ବୋଲି କହିଛନ୍ତି। ଶାରିୟା କୋର୍ଟକୁ ନେଇ ସାରା ଦେଶ ଜାଗ୍ରତ ହେବା ଜରୁରୀ ବୋଲି ସେ କହିଛନ୍ତି। ସେହିପରି ସିପିଆଇ(ଏମ) ପକ୍ଷରୁ ବି ଏହାକୁ ସମାଲୋଚନା କରାଯାଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories