ମୁଖ୍ୟ ଆସାମୀ ନିର୍ଦ୍ଦେଶରେ କରୁଥିଲେ ପାଇପ ଚୋରି

ରେଙ୍ଗାଲିକ୍ୟାମ୍ପ: ଅତାବିରା ପୋଲିସ ୯ ଜଣ ପାଇପ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ ଅତାବିରା ଥାନା ଅନ୍ତର୍ଗତ ଟୋପ ଦେଇ ବନ୍ଧର ଯିବା ରାସ୍ତାରେ ମଝିରେ ମଝିରେ ଏଲ୍ ଏନ୍ ଟି କମ୍ପାନୀର ପାଇପ ଗୁଡ଼ିକ ରଖାଯାଇଛି ଜଳ ଯୋଗାଣ ପାଇଁ। କିନ୍ତୁ କିଛି ଚୋର ଏହି ପାଇପ ଗୁଡ଼ିକୁ ୭୦୯ ଗାଡ଼ିରେ ଚୋରାଇ ନେଇଯାଇଥିଲେ। କୌଣସି ସୂତ୍ରରୁ କମ୍ପାନୀ ଏହି ଖବର ପାଇ କମ୍ପାନୀର ଆଇ ଅlର୍ କର୍ମଚାରୀ ହିତେଶ୍ୱର୍ କର୍ମୀ ଅତାବିରା ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଦୁଇଟି ଗାଡ଼ିରେ ନିଜର ପୋଲିସ କର୍ମୀଙ୍କୁ ନେଇ ପହଞ୍ଚିଥିଲେ ଟୋପ ଗ୍ରାମରୁ ହୀରାକୁଦ ଡ୍ୟାମକୁ ଯିବା ରାସ୍ତାରେ, ଡ୍ୟାମର ଅନତି ଦୂରରେ ତାଙ୍କୁ ଗିରଫ କରିଥିଲେ। ଏହା ସହ ସେମାନେ ଚୋରି କରି ନେଉଥିବା ୧୫୦ ଏମ ଏମର ୨୨ ଫିଟ୍ ବିଶିଷ୍ଟ ୧୨ ଖଣ୍ଡ ପାଇପ ଓ ବୋଝେଇ ହୋଇଥିବା ଗାଡ଼ିକୁ ଜବତ କରିଥିଲେ।ଏହି ଚୋର ମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛି। ସେମାନେ ହେଲେ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଭତ୍ରା ଗ୍ରାମର ଶଶାଙ୍କ ରଞ୍ଜନ ବେହେରା (୨୬), ନିଧି ଭୋଇ (୨୦) , ବିକାଶ ଜାଲ (୨୦), ଅର୍ଜୁନ ସିଂହ (୨୬), ହିମାଂଶୁ ଭୋଇ (୧୯). ସମ୍ବଲପୁର ଟାଉନ ଥାନା କୁମ୍ଭାର ପଡ଼ା ସ୍ଥିତ କାଳୀ ମନ୍ଦିର ର ବିଜୟ ଡୁଙ୍ଗୁରି (୪୦) ଓ ଘନଶ୍ୟାମ ଜାଲ (୩୨)। ଅତାବିରା ଥାନା ଅନ୍ତର୍ଗତ ହିର୍ଲି ପାଲିର ବ୍ୟାସ ବଞ୍ଚ୍ଚୋର (୨୦) ଓ ଜଣେ ନାବାଳକ ଅଟନ୍ତି। ସେମାନଙ୍କୁ ପଚରା ଉଚୁରା କରିବା ପରେ, ଏହି ଅଭିଯୁକ୍ତ ମାନେ ଫିରୋଜ୍ ନାମକ ଜନୈକ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ଏହି କାମ କରନ୍ତି ଓ ଫିରୋଜ ସମ୍ବଲପୁର ଓ ବରଗଡରେ ରହେ ବୋଲି ପ୍ରକାଶ କରିଛନ୍ତି। ତେବେ ପୋଲିସ ଏମାନଙ୍କ ବିରୁଦ୍ଧରେ ଏକ କେଶ୍ ରୁଜୂ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି।ମୁଖ୍ୟ ଆସାମୀକୁ ଧରିବା ପାଇଁ ପୋଲିସ ଜାଲ ବିଚାଇବା ସହ ତଦନ୍ତ ଜାରି ରଖିଛି।

Comments are closed.