ଖଡ଼ୁରା ସମାଜ ପକ୍ଷରୁ ଵୃଦ୍ଧାଶ୍ରମରେ ବୃକ୍ଷ ରୋପଣ

ଫୁଲବାଣୀ: ନିଖିଳ ଉତ୍କଳ ଖଡ଼ୁରା ସମାଜ ଫୁଲବାଣୀତରଫରୁ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବୃଦ୍ଧାଶ୍ରମ, ଗୁଡ଼୍ରୀସାହି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବୃଦ୍ଧାଶ୍ରମ ଅନ୍ତେବାସି, ଫୁଲବାଣୀ ବନଖଣ୍ଡ ଅଧିକାରୀ ଶିବାନନ୍ଦ ଲେଙ୍କା, ଆଇନଜୀବୀ ରଜତ କୁମାର ମହାନ୍ତି, ସରୋଜ ପ୍ରଧାନ, ଗିରିଶ୍ ପଟ୍ଟନାୟକ, ଶଙ୍କର ବେହେରା, ବୃଦ୍ଧାଶ୍ରମ ପରିଚାଳକ କରାମତ୍ ଅଲୀ ଖାନ୍ ଓ ଫୁଲବାଣୀ ପେଣ୍ଠର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହ ବୃକ୍ଷ ରୋପଣର ଗୁରୁତ୍ଵ ବିଷୟରେ ନିଜର ମତାମତ ପ୍ରଦାନ କରିଥିଲେ। ପରିଶେଷରେ ଖଡ଼ୁରା ସମାଜ ପକ୍ଷରୁ ବୃଦ୍ଧାଶ୍ରମ ଅନ୍ତେବାସୀ ମାନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବା ସହ ସକାଳ ଜଳଖିଆ ପ୍ରଦାନ କରାଯାଇଥିଲା।

kalyan agarbati

Comments are closed.