ମା’ ଦକ୍ଷୀଣକାଳୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ ପିଅନପଡା କାଳୀମନ୍ଦିର ପିଠରେ ନୂତନ ଭାବେ ନିର୍ମିତ ମୁଖ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ପଣ୍ଡା ଓ ସମ୍ପାଦକ ଅଜିତ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଜି ସକାଳୁ ପୂଜକମାନେ ମାଙ୍କ ପ୍ରାତଃ ନିତ୍ୟକର୍ମ ସାରି କଳସ ଯାତ୍ରା, ଅଙ୍କୁରାରୋପଣ, ଦୀକ୍ଷାଗ୍ରହଣ ଇତ୍ୟାଦି କାର୍ଯ୍ୟକ୍ରମ ପାଇଁ ଜୋରଦାର କାର୍ଯ୍ୟ ଚାଲୁ ରଖିଛନ୍ତି। ଏହି ପ୍ରତିଷ୍ଠା ଉତ୍ସବ ଆସନ୍ତା ରବିବାର ପର୍ଯ୍ୟନ୍ତ ଚାଲୁ ରହିବ। ମା’ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା। ଅନ୍ୟ ମାନଙ୍କ ମଧ୍ୟରେ କମିଟି ସହ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, କୋଷାଧକ୍ଷ ଅମରେଶ ପ୍ରସାଦ ରଥ, ପ୍ରସନ ପଣ୍ଡା, ବିଭୁତି ପଣ୍ଡା, ଶିବ ପଣ୍ଡା, ରଞ୍ଜନ ସାହୁ, ବାବୁ ପଟ୍ଟନାୟକ ସମେତ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।

Comments are closed.