ଭୁବନେଶ୍ଵରରେ ହେବ ଦିବ୍ୟ କଳା ମେଳା, ଶକ୍ତି ଓ ଦିବ୍ୟାଙ୍ଗ ଜନ ରୋଜଗାର ମେଳା

ଡେସ୍କ: ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଜାତୀୟ ଦିବ୍ୟାଙ୍ଗଜନ ଫାଇନାନ୍ସ ଆଣ୍ଡ ଡେଭଲପମେଣ୍ଟ କର୍ପୋରେସନ୍ ଜରିଆରେ ଦିବ୍ୟ କଳା ଶକ୍ତି ଓ ଦିବ୍ୟ କଳା ମେଳା ଆୟୋଜନ କରିବାକୁ ଯାଉଛି। ଏହି ଦିବ୍ୟ କଳା ମେଳା ଓ ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ କିଟ୍ କ୍ୟାମ୍ପସରେ ଆସନ୍ତାକାଲି ଠାରୁ ଅର୍ଥାତ୍ ୫ରୁ ୧୧ ଜୁଲାଇ ପର୍ଯ୍ୟନ୍ତ ଆୟୋଜନ କରାଯିବ।

ଆସନ୍ତାକାଲି ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ବି.ଏଲ. ବର୍ମା ଉଦଘାଟନ କରିବେ। ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଏବଂ ଓଡ଼ିଶା ଭଳି ୬ଟି ରାଜ୍ୟରେ ଦିବ୍ୟାଙ୍ଗ ଜନଙ୍କ ପାଇଁ କାର୍ଯ୍ୟ କରୁଥିବା ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

ଦିବ୍ୟ କଳା ଶକ୍ତି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଏବଂ ଓଡ଼ିଶାର ଦିବ୍ୟାଙ୍ଗ ଜନ କଳାକାରମାନେ ଐତିହାସିକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଦିବ୍ୟ କଳା ଶକ୍ତି’ ପରିବେଷଣ କରିବେ। ଦିବ୍ୟ କଳା ମେଳାରେ ୧୯୦ ଜଣ ଦିବ୍ୟାଙ୍ଗ ଶିଳ୍ପୀ, କାରୀଗର ଓ ଉଦ୍ୟୋଗୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍କୃଷ୍ଟ ଉତ୍ପାଦ ଏହି ମେଳାରେ ପ୍ରଦର୍ଶିତ ହେବ। ଏଥିରେ ଗୃହସଜ୍ଜା ଓ ଜୀବନଶୈଳୀ ଉତ୍ପାଦ, ପୋଷାକ, ଷ୍ଟେସନାରୀ, ପରିବେଶ ଅନୁକୂଳ ଉତ୍ପାଦ, ପ୍ୟାକେଟ୍ ଖାଦ୍ୟ, ଜୈବିକ ଉତ୍ପାଦ, ଖେଳନା, ଉପହାର, ବ୍ୟକ୍ତିଗତ ସାମଗ୍ରୀ ତଥା ଅଳଙ୍କାର ଓ କ୍ଲଚ୍ ବ୍ୟାଗ ଏବଂ ଚିତ୍ରକଳା ପ୍ରଦର୍ଶିତ ହେବ।

ସିକିମ ପରିସ୍ଥିତି ଗମ୍ଭୀର – ରିଲିଫ କାର୍ଯ୍ୟରେ ସେନା ସାମିଲ

କିଟ୍‌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ-୬ରେ ଜୁଲାଇ ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ସକାଳ ୯ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ଦିବ୍ୟାଙ୍ଗଜନ କଳାକାର ଓ ଜଣାଶୁଣା ପେସାଦାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାବ୍ୟତୀତ ଏହି କାର୍ଯ୍ୟକ୍ରମରେ ଆଗନ୍ତୁକମାନେ ବିଭିନ୍ନ ଆଞ୍ଚଳିକ ଖାଦ୍ୟର ମଜା ନେଇପାରିବେ।

ପବିତ୍ର ଘୋଷଯାତ୍ରାର ସିଧା ପ୍ରସାରଣ କରିବ ଦୂରଦର୍ଶନ

Comments are closed.