www.samajalive.in
Sunday, December 14, 2025
23.1 C
Bhubaneswar

ରକ୍ଷଣାବେକ୍ଷଣା ଅଭାବ: ନଷ୍ଟ ହେବାକୁ ବସିଲାଣି ୨ କୋଟି ଖର୍ଚ୍ଚରେ ନିର୍ମିତ ଗୋପାଳପୁର ବିଜୁ ପଟ୍ଟନାୟକ ଦୁଃସାହସିକ ପାର୍କ

ଗୋପାଳପୁର: ଗୋପାଳପୁରକୁ ଆସୁଥିବା ପର୍ଯ୍ୟଟକ ଙ୍କ ମନୋରଞ୍ଜନ ନିମନ୍ତେ ବେକ ଓ୍ବାଟର କଡ଼ରେ ନିର୍ମିତ ହୋଇଥିବା ବିଜୁ ପଟ୍ଟନାୟକ ଦୁଃସାହସିକ ପାର୍କ ର ରକ୍ଷାଣବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ଲାଗିଥିବା ଦେଖିବାକୁ ମିଳିଛି।ଗତ ୨୦୨୨ରେ ପ୍ରାୟ ୨ କୋଟି ବିନିଯୋଗ ରେ ନିର୍ମିତ ହୋଇଥିବା ଏହି ପାର୍କକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟନ କରାଯାଇଥିଲା। ଏହି ପାର୍କ ପରିସରରେ ମୁମ୍ବାଇର ଏକ ଘରୋଇ ସଂସ୍ଥା ଆମ୍ଫିତ୍ରିତ ସବଓ୍ବେ ପ୍ରାଇଭେଟ୍ ଲିମିଟେଡ କମ୍ପାନୀକୁ ଦୁଃସାହସିକ ଖେଳ ସାମଗ୍ରୀ ଲଗାଇବା ନିମନ୍ତେ ୯ ବର୍ଷିୟା ଚୁକ୍ତିନାମା କରାଯାଇଥିଲା।
ଉଦଘାଟନ ପରଠାରୁ ସମଗ୍ର ପାର୍କକୁ ଉକ୍ତ ସଂସ୍ଥା ହାତକୁ ଦିଆ ଯାଇଥିବା ସହ ରକ୍ଷଣାବେକ୍ଷଣ ଦାୟିତ୍ବ ପ୍ରଦାନ  କରାଯାଉଥିଲା। କିନ୍ତୁ ଏହା ମଧ୍ୟରେ ଉକ୍ତ ସଂସ୍ଥା ବେଆଇନ ଭାବେ ପାର୍କ ର କିଛି ଅଂଶ ରେ ପୂର୍ବରୁ ଲଗାଯାଇଥିବା ଖେଳ ସାମଗ୍ରୀ ଓ ପ୍ରତିକୃତିକୁ ବାହାର କରି ସୁଟିଂ ସେଟ୍ ସହ ବେଲୁନ ଖେଳ ପ୍ରତିଷ୍ଠା କରିବା ସହ ପାର୍କ ପରିସରରେ  ଦୁଇ ମହଲା କୋଠା ସହ ଏକ ଫୁଡ୍ ପାର୍କ ର ସ୍ଥାପନ କରିବା ସହ ଏହାର ଉଚିତ ରକ୍ଷଣାବେକ୍ଷଣ କରୁନଥିବା କାଉନସିଲର ଜି ମୋହନ ଅଭିଯୋଗ କରିଛନ୍ତି। ଉକ୍ତ ସଂସ୍ଥା ପାର୍କ ପରିସରରେ ସ୍ଥାପନ ପରଠାରୁ ପ୍ରତିମାସରେ ୫୦ ହଜାର ଟଙ୍କା ଲେଖାଏଁ ଏନଏସିକୁ ଲିଜ ବାବଦରେ ଦେବା ନିମନ୍ତେ ଚୁକ୍ତିନାମା ହୋଇଥିବା ସତ୍ତ୍ଵେ କୁଆଡେ କେବଳ ୨ ମାସ ଟଙ୍କା ଦେଇ ୨ ବର୍ଷ ହେଲା ଟଙ୍କା ଟିଏ ଦେଇନଥିବା ଜଣାପଡିଛି।
ଏହା ମଧ୍ୟରେ ପାର୍କ ପରିସରରେ ଲାଗିଥିବା ଅନେକ ଲାଇଟ୍ ଲିଭି ଯାଉଥିବାରୁ ଅନେକ ସ୍ଥାନ ଅନ୍ଧାରରେ ରହୁଥିବା ଦେଖିବାକୁ ମିଳିଛି।ଏନ ଏ ପକ୍ଷରୁ ଛୁଆ ମାନଙ୍କ ଖେଳିବା ନିମନ୍ତେ ଲଗାଯାଇଥିବା ଦୋଳି ଓ ଖସଡ଼ା ରୁ ଗତ କିଛି ଦିନ ହେଲା ସଂସ୍ଥା ଶିଶୁ ପ୍ରତି ୨୦ ଟଙ୍କା ଲେଖାଏଁ ଆଦାୟ କରୁଥିବା ଦେଖିବାକୁ ମିଳିଛି, ଯାହା ସମ୍ପୂର୍ଣ ବେଆଇନ ଅଟେ। ଏହା ନେଇ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ପାର୍କ ରକ୍ଷଣାବେକ୍ଷଣ ନେଇ ସଂସ୍ଥା କୁ ଦୁଇଥର ଆଲୋଚନା କରିବା ନୋଟିସ ଦିଆଗଲାଣି, ସେ ଆଜ୍ଞା ସୁଦ୍ଧା ଆସିନାହାନ୍ତି, ଏଣୁ ଆଗାମୀ ଦିନରେ ପୁନଃ ନୋଟିସ ଜାରି କରିବା ସହ ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦିଆଯିବ ବୋଲି ମତପୋଷଣ କରିଛନ୍ତି।

Hot this week

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

Related Articles

Popular Categories