www.samajalive.in
Sunday, December 14, 2025
18.1 C
Bhubaneswar

ଶ୍ରୀଲିଙ୍ଗରାଜ ମନ୍ଦିର ସୁରକ୍ଷା ଢିଲା , ତେଜୁଛି ଅସନ୍ତୋଷ

ଭୁବନେଶ୍ୱର: ସୁରକ୍ଷିତ ନୁହେଁ ଶ୍ରୀଲିଙ୍ଗରାଜ ମନ୍ଦିର। ସୁରକ୍ଷାରେ ତ୍ରୁଟି କାରଣରୁ ବାରମ୍ବାର ମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରୁଛନ୍ତି। ଏଦିଗରେ କଡ଼ାକଡ଼ି ପଦକ୍ଷେପ ନେଉନଥିବାରୁ ଶ୍ରଦ୍ଧାଳୁ ଓ ସେବାୟତ ମହଲରେ ଅସନ୍ତୋଷ ତେଜୁଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଅଧୀନରେ ମନ୍ଦିର ଥିବାବେଳେ ମନ୍ଦିରର ସୁରକ୍ଷା ପାଇଁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ପକ୍ଷରୁ ସିଂହଦ୍ବାର ସାମ୍ନାରେ ୨୪ଘଣ୍ଟିଆ ପହରା ସାଙ୍ଗକୁ ବେଢ଼ାରେ ଲିଙ୍ଗରାଜ ଫାଣ୍ଡି ଖୋଲାଯାଇଛି। ଏତେ ସବୁ ବ୍ୟବସ୍ଥା ସତ୍ତ୍ବେ ଶ୍ରୀଲିଙ୍ଗରାଜ ମନ୍ଦିର ସୁରକ୍ଷା ଢିଲା ଘଟଣା ନଜରକୁ ଆସୁଛି। ଶ୍ରଦ୍ଧାଳୁ ବେଶରେ ଲୁଟିଆ ମନ୍ଦିର ଭିତରେ ପଶି ଲୁଟ୍‌ପାଟ୍‌ କରୁଛନ୍ତି ତ, ଆଉ କେତେବେଳେ ମନ୍ଦିର ଭିତରକୁ ମୋବାଇଲ ଫୋନ ଓ କ୍ୟାମେରା ଧରି ଅବାଧରେ ପ୍ରବେଶ କରୁଛନ୍ତି। ସୁରକ୍ଷା ପାଇଁ ମନ୍ଦିରରେ ୩୨ଟି ସିସିଟିଭି ଖଞ୍ଜା ଯାଇଥିଲା। ଦୁଇବର୍ଷ ତଳେ ବଜ୍ରପାତରେ ସେଗୁଡ଼ିକ ଅଚଳ ହୋଇପଡ଼ିଛି। ମନ୍ଦିର ପ୍ରଶାସନ ପକ୍ଷରୁ ଟ୍ରଷ୍ଟବୋର୍ଡ ବୈଠକରେ ଉଚ୍ଚକ୍ଷମତା ସମ୍ପନ୍ନ ୪୦ଟି ସିସି କ୍ୟାମେରା ମନ୍ଦିର ବେଢ଼ାରେ ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। କିଛି ଦିନ ତଳେ ମନ୍ଦିର ପ୍ରଶାସନ ପକ୍ଷରୁ ୧୦ଟି ସିସି କ୍ୟାମେରା ମରାମତି କରାଯାଇଥିବା ବେଳେ ବାକି ସିସି କ୍ୟାମେରା ପାଇଁ ପୁଲିସ ଓ ମନ୍ଦିର ପ୍ରଶାସନର ମିଳିତ ସହଯୋଗରେ ସ୍ଥାନ ଚିହ୍ନଟ ହୋଇଥିଲେ ମଧ୍ୟ ଏଏସ୍‌ଆଇର ଅନୁମତି ମିଳିପାରିନି।

୨୦୨୨ ମାର୍ଚ୍ଚ ୩୦ରେ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ, ରାଜ୍ୟ ଗୁଇନ୍ଦା ବିଭାଗ ଓ ଓଡ଼ିଶା ପୁଲିସକୁ ନେଇ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଶ୍ରୀଲିଙ୍ଗରାଜ ମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ସହ ଏକାଧିକ ସ୍ଥାନରେ ୱାଚ୍‌ ଟାୱାର ନିର୍ମାଣ, ପ୍ରବେଶ ଦ୍ବାରରେ ମେଟାଲ ଡିଟେକ୍ଟର ଲଗାଇବାକୁ ମନ୍ଦିର ପ୍ରଶାସନକୁ ପରାମର୍ଶ ଦିଆଯାଇଥିଲା। ନିୟମିତ ବ୍ୟବଧାନରେ ଲିଙ୍ଗରାଜ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରି ଏକ ବିବରଣୀ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଗୁଇନ୍ଦା ବିଭାଗର ପରାମର୍ଶକୁ କାର୍ଯ୍ୟକାରୀ କରାନଯିବାରୁ ମନ୍ଦିରରେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ, ଶିଳ୍ପା ସେଟ୍ଟୀ ଫଟୋ ଉତ୍ତୋଳନ କରିଥିଲେ। ଶୁକ୍ରବାର ଜଣେ ବିଦେଶୀ ଅଣହିନ୍ଦୁ ପର୍ଯ୍ୟଟକ ପଶିଯିବା ଯୋଗୁଁ ଦିଅଁଙ୍କ ଭୋଗ ଓ ବେଶ ମାରା ହୋଇଥିଲା। ଏସମ୍ପର୍କରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ରୁଦ୍ରନାରାୟଣ ମହାନ୍ତି କହିଛନ୍ତି, ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ। କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଷ୍ପତ୍ତି ନେବା ସମ୍ଭବ ନୁହେଁ। ଏନେଇ ଆଗାମୀ ଟ୍ରଷ୍ଟବୋର୍ଡ ବୈଠକରେ ଆଲୋଚନା କରାଯିବ। ଟ୍ରଷ୍ଟବୋର୍ଡର ନିଷ୍ପତ୍ତି ପରେ ଦେବୋତ୍ତର ଆୟୁକ୍ତଙ୍କ ଅନୁମୋଦନ ପରେ ଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ପୂର୍ବରୁ ସିଂହଦ୍ବାର ସାମ୍ନାରେ ଅଣହିନ୍ଦୁ ପ୍ରବେଶ ବାରଣ ଉପରେ ଲାଗିଥିବା ବୋର୍ଡକୁ ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବା ସମୟରେ କାଢ଼ି ଦିଆଯାଇଥିଲା। ଏବେ ଷ୍ଟିଲର ଏକ ନୂଆ ବୋର୍ଡ ମାରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories