www.samajalive.in
Monday, December 15, 2025
17.1 C
Bhubaneswar

ଦୁର୍ଘଟଣାରେ ୨ ବନ୍ଧୁ ମୃତ

ବଲାଙ୍ଗିର : ବଲାଙ୍ଗିର ଜାତୀୟ ରାଜପଥ-୨୬ର ବଲାଙ୍ଗିର-ଦେଓଗାଁ ରାସ୍ତାର ଖର୍ଲିକାନୀ ଛକରେ ବାଇକ୍‌ ଦୁର୍ଘଟଣାରେ ୨ ଯୁବବନ୍ଧୁଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ରତାଖଣ୍ଡି ଗାଁର ନିରଞ୍ଜନ ଭୁଏ (୨୨) ଏବଂ ଓମ୍‍ପ୍ରକାଶ ମହାଲିଙ୍ଗ (୨୧)।

ଦୁହେଁ ଶନିବାର ଅପରାହ୍ନରେ ବାଇକ୍‌ରେ ବଲାଙ୍ଗିରରୁ ରତାଖଣ୍ଡି ଫେରୁଥିଲେ। ଖର୍ଲିକାନୀ ଛକ ନିକଟରେ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟି ହୋଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଲୋକେ ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।

- Advertisement -

ପୁଲିସ ଶବ ଜବତ କରି ଡାକ୍ତରଖାନା ବ୍ୟବଚ୍ଛେଦ ଗୃହରେ ରଖିଛି। ଓମ୍‌ପ୍ରକାଶଙ୍କ ବାପା ସରୋଜଙ୍କ ଦେଢ଼ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା। ଓମ୍‌ ପିକ୍‌ଅପ୍‌ ଚଳାଉଥିବା ବେଳେ ନିରଞ୍ଜନ ଗାଁରେ ଡିଜେ ବଜାଇବା ସହ ଭୁବନେଶ୍ବରରେ କାମ କରୁଥିଲେ। ଆଜି ସକାଳେ ନିରଞ୍ଜନ ଭୁବନେଶ୍ବରରୁ ଗାଁକୁ ଆସିଥିଲେ। ୨ ବନ୍ଧୁ ବାଇକରେ ବଲାଙ୍ଗିର ଆସି ବୁଲାବୁଲି କରିବା ପରେ ଅପରାହ୍ନରେ ଗାଁକୁ ଫେରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories