www.samajalive.in
Friday, December 5, 2025
20.1 C
Bhubaneswar

ବିଜେଡି ନେତାଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟରେ ବ୍ୟବସାୟୀ ତଥା ବିଜେଡି ନେତା ଶୁଭାଶିଷ ସାହୁ ଓରଫ ବଣ୍ଟିଙ୍କୁ ବଟି ମାଗିବା ସହ କାର୍ଯ୍ୟାଳୟରେ ପଶି ଆକ୍ରମଣ କରି ଟଙ୍କା ଲୁଟ୍ ଘଟଣାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଦାସପୁରର  ବି. ଯତିନ, କୋଳିଥି ଗାଁର ବି. ନୋକେୟା ଓ ଆକାଶ ପାତ୍ର ଓରଫ ପ୍ରଭୁ ସାଗର ଏବଂ କନିଷି ଗାଁର ଡି. କୋକେୟା।

ଅଭିଯୋଗ ଅନୁଯାୟୀ, ନୋକା ପାତ୍ରର ମୋବାଇଲରୁ ଶୁଭାଶିଷଙ୍କୁ ପ୍ରଥମେ ଫୋନ୍ ଆସିବା ସହ ୨ ଲକ୍ଷ ଟଙ୍କା ବଟି ଦେବାକୁ ଧମକ ଦିଆଯାଇଥିଲା। ଏହା ପରେ ମଙ୍ଗଳବାର ସନ୍ଧ୍ୟା ସାଢ଼େ ୭ ଟାରେ ଅଚାନକ ୪ ଅଭିଯୁକ୍ତଙ୍କ ସମେତ ପ୍ରାୟ ୧୫ରୁ ଊର୍ଦ୍ଧ୍ବ ଯୁବକ ହାତରେ ବନ୍ଧୁକ, କାତି, ଠେଙ୍ଗା ଓ ବୋମା ଧରି  ଶୁଭାଶିଷଙ୍କ କନିଷି ହାଟ ଅଞ୍ଚଳରେ ଥିବା କାର୍ଯ୍ୟାଳୟ ପରିସରକୁ ଧସେଇ ପଶି ତାଙ୍କୁ ଆକ୍ରମଣ କରିଥିଲେ। ଏହା ସହିତ କାର୍ଯ୍ୟାଳୟରୁ ୨ ଲକ୍ଷ ଟଙ୍କା ଲୁଟ୍ କରି ନେଇଥିଲେ। କାର୍ଯ୍ୟାଳୟ ସମ୍ମୁଖରେ ଥିବା ୨ଟି ମୋଟରସାଇକେଲକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। କାର୍ଯ୍ୟାଳୟ ପରିସରରେ ଆଶିଷ ଦଳାଇ ନାମକ ବ୍ୟକ୍ତିଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। କିଛି ସମୟ ମଧ୍ୟରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିବାରୁ ଆକ୍ରମଣକାରୀମାନେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ।

- Advertisement -

ଘଟଣା ସମ୍ପର୍କରେ ଶୁଭାଶିଷଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଭିତ୍ତିକରି ପୁଲିସ ପକ୍ଷରୁ ୨୭୯/୨୪ ରେ ଏକ ମାମଲା ରୁଜୁ କରାଯାଇ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟମାନଙ୍କୁ ତୁରନ୍ତ ସିସିଟିଭିରେ ଫୁଟେଜ ଆଧାରରେ ଗିରଫ କରାଯିବ ବୋଲି ଆଇଆଇସି ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories