www.samajalive.in
Sunday, December 7, 2025
23.1 C
Bhubaneswar

କଙ୍ଗାରୁ କୋର୍ଟରେ ନିର୍ଯାତନା ପରେ ଏସିଡ୍ ପିଇ ପୀଡ଼ିତାଙ୍କ ଆତ୍ମହତ୍ୟା

ସମାଜ ଡିଜିଟାଲ ଡେସ୍କ: କଙ୍ଗାରୁକୋର୍ଟରେ ନିର୍ଯାତନା ମିଳିବା ପରେ ଜଣେ ମହିଳା ଲୋକ ଲଜ୍ଜା ସହି ନ ପାରି ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ ଏସିଡ୍ ପିଇ ଜୀବନ ହାରିଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲାରେ ଘଟିଥିବା ଏହି ଘଟଣା ଏବେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ପାଇଁ ପଶ୍ଚିମବଙ୍ଗର ଟିଏମସି ସରକାରଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ପୁଲିସ ୪ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ମହିଳା ଜଣକ ବିବାହିତ। ସେ ୮ ଦିନ ତଳେ ଅନ୍ୟ ଜଣେ ଯୁବକଙ୍କ ସହିତ ଫେରାର ହୋଇଯାଇଥିଲେ। ଏହା ପରେ ମହିଳାଙ୍କ ସ୍ଵାମୀ ପଞ୍ଚାୟତ ନିକଟରେ ଘଟଣା ବିଷୟରେ ଅଭିଯୋଗ କରିଥିଲେ। ପଞ୍ଚାୟତର ନିଷ୍ପତ୍ତି କ୍ରମେ ପେରାର ହୋଇଥିବା ମହିଳାଙ୍କ ସହିତ ଉକ୍ତ ଯୁବକଙ୍କୁ ଖୋଜିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ଗତ ସୋମବାର ମହିଳା ଜଣକ ଘରକୁ ଫେରିଥିଲେ। ଏହା ପରେ ତାଙ୍କ ଘର ସାମ୍ନାରେ କଙ୍ଗାରୁ କୋର୍ଟ ବସିଥିଲା। ପଞ୍ଚାୟତର ନିଷ୍ପତ୍ତି କ୍ରମେ ଉକ୍ତ ମହିଳାଙ୍କୁ ଗ୍ରାମର ଅନ୍ୟ ମହିଳାମାନଙ୍କ ଦ୍ଵାରା ମାଡ଼ ମରାଯାଇଥିଲା।

- Advertisement -

ଏହା ପରେ ପୀଡ଼ିତା ମହିଳା ଲୋକ ଲଜ୍ଜା କାରଣରୁ ଘର ଭିତରକୁ ଦୌଡ଼ି ପଳାଇଥିଲେ। ଘରେ ଥିବା ଏସିଡ୍‌କୁ ସେ ପିଇ ଦେଇଥିଲେ। ଲୋକେ ଏହା ଜାଣିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅନ୍ୟପଟେ ପଶ୍ଚିମବଙ୍ଗରେ  ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଏହାକୁ ନେଇ ରାଜ୍ୟ ସମେତ ସାରା ଦେଶରେ ଉଦବେଗ ପ୍ରକାଶ ପାଇଛି। ନିକଟରେ ଚୋପରା ଅଞ୍ଚଳରେ ଅନୁରୂପ ଏକ ଘଟଣା ସାମ୍ନାକୁ ଆସିଥିଲା। ପରକୀୟା ପ୍ରୀତି କାରଣରୁ ଜରେ ମହିଳାଙ୍କୁ ଶାରିୟା କୋର୍ଟରେ ସର୍ବ ସମ୍ମୁଖରେ ନିସ୍ତୁକ ମାଡ଼ ମରାଯାଇଥିଲା, ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories