ବିଦ୍ୟାଳୟରେ ସୁରକ୍ଷା ଏବଂ ନିରାପତ୍ତା ସପ୍ତାହ ପାଳିତ

ରେଙ୍ଗାଲିକ୍ୟାମ୍ପ: ଲହଣ୍ଡା ଉଚ୍ଚ ବିଦ୍ୟାଳୟରେ ଛାତ୍ର ଏବଂ କର୍ମଚାରୀଙ୍କ ମଧ୍ୟରେ ସୁରକ୍ଷା ସଚେତନତା ଏବଂ ପ୍ରସ୍ତୁତି ଉଦ୍ଦେଶ୍ୟରେ ଲହଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଅତାବିରା ଅଗ୍ନିଶମ ବିଭାଗର ମିଳିତ ସହଯୋଗରେ ଏକ ପ୍ରଭାବଶାଳୀ ସୁରକ୍ଷା ଏବଂ ନିରାପତ୍ତା ସପ୍ତାହ ପାଳିତ ହୋଇଯାଇଛି। ଏକ ସପ୍ତାହ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ଉଭୟ ଛାତ୍ର ଏବଂ ଶିକ୍ଷକ ଗଣ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ଅତାବିରା ଅଗ୍ନିଶମ ବିଭାଗ ର ମୁଖ୍ୟ ଅଧିକାରୀ ଶ୍ରୀଯୁକ୍ତ ମିଶ୍ର କିଷାନ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଅଗ୍ନି ନିରାପତ୍ତା ସମ୍ବନ୍ଧୀୟ ମକ୍‍ ଡ୍ରିଲ୍‍ କରା ଯାଇଥିଲା। ଛାତ୍ରମାନଙ୍କୁ ଅଗ୍ନି ନିରାକରଣ, ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବା ଏବଂ ବିପର୍ଯ୍ୟୟ ସମୟରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଉପରେ ଶିକ୍ଷା ଦିଆଯାଇଥିଲା। ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାରିକ ପ୍ରଦର୍ଶନ ମଧ୍ୟ କରାଯାଇଥିଲା। ଏହି ସପ୍ତାହରେ ବିଦ୍ୟାଳୟରେ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସ୍ୱାଗତ କୁମାର ପ୍ରଧାନ ଓ ତାଙ୍କର ସହକର୍ମୀଗଣ ପ୍ରାଥମିକ ଚିକିତ୍ସା ତାଲିମ ଉପରେ ଏକ କର୍ମଶାଳା ଆୟୋଜନ କରିଥିଲେ। ଛାତ୍ରମାନେ ସିପିଆର୍, କ୍ଷତକୁ ବ୍ୟାଣ୍ଡେଜ୍‍ କରିବା ଆଦି ଅତ୍ୟାବଶ୍ୟକ ଓ ଜରୁରୀକାଳୀନ କୌଶଳ ଶିଖିଥିଲେ।

Comments are closed.