ଆମେରିକାରେ ରାସ୍ତାରେ ଯାଉଥିଲେ ୨ ଏଲିୟନ୍ ! ସେଲ୍ଫି ନେଇ ଛାଡିଦେଲା ପୁଲିସ

ନୂଆଦିଲ୍ଲୀ : ଏଲିୟନ୍ ଅଛନ୍ତି କି ନାହିଁ ତାକୁ ନେଇ ଅନେକ ପ୍ରଶ୍ନ ଉଠେ । ସିନେମାରେ ଏଲିୟନ୍ ସମ୍ପର୍କିତ ଅନେକ ଦୃଶ୍ୟ ଦେଖିବାକୁ ମିଳେ ଏବଂ ସେମାନେ କିପରି ଦେଖାଯାନ୍ତି ସେନେଇ ମଧ୍ୟ ଦର୍ଶାଇବାକୁ ଚେଷ୍ଟା କରାଯାଇଥାଏ । ଏଲିୟନଙ୍କ ଉଡନ୍ତା ଯାନ ବା ୟୁଏଫଓ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳେ । ଏହାକୁ ନେଇ ସମସ୍ତେ ନିଜ ନିଜ ମନରେ ଏଲିୟନ୍ ଏବଂ ସେମାନଙ୍କ ଯାନର ରୂପରେଖ ଦେଖିଥାନ୍ତି । ଏବେ ଠିକ୍ ଏମିତି ଏକ ଗାଡି ଆମେରିକାର ଓକଲାହୋମା ରାସ୍ତାରେ ଦେଖିବାକୁ ମିଳିଛି ।

ଓକଲାହୋମାର ରାଜପଥରେ ପେଟ୍ରୋଲିଂ ସମୟରେ ଏକ ଅଜବ ପ୍ରକାର ଗାଡି ଦେଖିବାକୁ ମିଳିଥିଲା । ତାକୁ ରୋକା ଗଲା । ଏହା ବିଲକୁଲ୍ ଏକ ୟୁଏଫଓ ଭଳି ଡିଜାଇନ ହୋଇଥିଲା । ଏଥିରେ ୨ ଜଣ ଯାତ୍ରୀ ମଧ୍ୟ ଥିଲେ । ଖାସ୍ କଥା ହେଉଛି ସେହି ୨ ଜଣ ଯାତ୍ରୀ ମଧ୍ୟ ଏଲିୟନ୍ ଭଳି ନଜର ଆସୁଥିଲେ । ଏହି ଦୃଶ୍ୟର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ।

ତେବେ କହିରଖୁଛୁ ସେମାନେ ନିଜକୁ ଏଲିୟନ୍ ଭଳି ସଜାଇଥିଲେ ଏବଂ ଗାଡିକୁ ମଧ୍ୟ ୟୁଏଫଓ ଭଳି ପ୍ରସ୍ତୁତ କରିଥିଲେ । ଉଭୟ ନ୍ୟୁ ମେକ୍ସିକୋର ରୋଜଭେଲରେ ହେଉଥିବା ୟୁଏଫଓ ଫେଷ୍ଟିଭାଲରେ ଭାଗ ନେବା ପାଇଁ ଯାଉଥିଲେ । ପୁଲିସ ତାଙ୍କୁ ଅଟକାଇ ପ୍ରଥମେ ପଚାରିଥିଲା ଏବଂ ଗାଡିର ନମ୍ବରପ୍ଲେଟକୁ ଏଭଳି ଡିଜାଇନ କରାଯାଇଥିବାରୁ ତାଗିଦ କରିଥିଲା । କିନ୍ତୁ ପରେ ତାଙ୍କ ସହ ସେଲ୍ଫି ନେଇ ତାଙ୍କୁ ଛାଡିଦେଇଥିଲା ।

ପବିତ୍ର ଘୋଷଯାତ୍ରାର ସିଧା ପ୍ରସାରଣ କରିବ ଦୂରଦର୍ଶନ

Comments are closed.