www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: କାଉନସିଲ ଫର୍ ଦି ଇଣ୍ଡିଆନ୍ ସ୍ପୁଲ ସାର୍ଟିଫିକେଟ୍ ଏକ୍ଜାମିନେସନ୍ ( ସିଆଏସସିଇ) ଦ୍ଵାରା ପରିଚାଳିତ ଆଇସିଏସଇର ଦଶମ ଓ ଆଇଏସସି ଦ୍ଵାଦଶ ପରୀକ୍ଷା  ଫଳ ପ୍ରକାଶ ପାଇଛି।  cisce.org ଏବଂ results.cisce.org ଓ୍ବେବସାଇଟ୍‌ ରେ ଛାତ୍ରଛାତ୍ରୀମାନେ ନିଜ ନିଜର ରେଜଲ୍ଟ ଦେଖିପାରିବେ। ଦଶମରେ ୯୯. ୪୭ ଏବଂ  ଦ୍ୱାଦଶରେ ୯୮.୧୯ ପ୍ରତିଶତ ପାସ୍ ହାର ରହିଛି। ଉଭୟ ଦଶମ ଏବଂ ଦ୍ଵାଦଶରେ ଛାତ୍ରୀମାନେ ଯଥାକ୍ରମେ ୯୯.୬୫ ଏବଂ ୯୮.୯୨ ପ୍ରତିଶତ ପାସ୍ କରିଛନ୍ତି। ଚଳିତ ବର୍ଷ  ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପାଇଁ ମୋଟ୍ ୩.୪୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଦଶମ ଶ୍ରେଣୀରେ ୧ଲକ୍ଷ ୩୦ ହଜାର ୫୦୬ ଛାତ୍ର ଏବଂ ୧ ଲକ୍ଷ ୧୩ ହଜାର ୧୧୧ ଛାତ୍ରୀ ପରୀକ୍ଷା ଦେଇଥିଲେ। ଦ୍ଵାଦଶ ଶ୍ରେଣୀରେ ୪୭ ହଜାର ୧୩୬ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେଥିରୁ ୪୬ ହଜାର ୬୨୬ ଛାତ୍ରୀ ପାସ୍ କରିଛନ୍ତି । ସେହିପରି ଚଳିତବର୍ଷ ୫୨, ୭୬୫ ଛାତ୍ର ପରୀକ୍ଷା ଦେଇଥିବାବେଳେ ୫୧ ହଜାର ୪୬୨ଜଣ ଛତ୍ର ପାସ୍ କରିଛନ୍ତି। ତେବେ ଚଳିତବର୍ଷ ଉଭୟ ଦଶମ ଏବଂ ଦ୍ଵାଦଶରେ ଛାତ୍ରଙ୍କ ଠାରୁ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି।

 

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories