ପୁରୀ ଜିଲା ନିଖିଳ ଉତ୍କଳ ସମବାୟବିତ୍ ସଙ୍ଘ ବୈଠକ
ପିପିଲି: ନିଖିଳ ଉତ୍କଳ ସମବାୟବିତ୍ ସଂଘର ପୁରୀ ଜିଲା ଶାଖାର ଏକ ବୈଠକ ପିପିଲି ସ୍ଥିତ ଆତ୍ମା କାର୍ଯ୍ୟାଳୟ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି।
ପୁରୀ ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ସତ୍ୟବାଦୀ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସଂଘର ରାଜ୍ୟ ସଭାପତି ରଞ୍ଜନ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟରେ ସମବାୟ ଆନ୍ଦୋଳନକୁ ଆଗକୁ ନେବାକୁ ପରାମର୍ଶ ଦେଇଥିଲେ। ସଂଘର ଆବଶ୍ୟକତା ଓ ଏହାର କାର୍ଯ୍ୟଧାରା ଏବଂ ସଂଘ ସହିତ ଅଧିକରୁ ଅଧିକ ସମବାୟବିତ୍ ମାନଙ୍କୁ ଯୋଡି ସଂଘକୁ ଅଧିକ କ୍ରିୟାଶୀଳ କରିବାକୁ ଉପସ୍ଥିତ ସଦସ୍ୟ ମାନଙ୍କୁ ସେ ପରାମର୍ଶ ଦେଇଥିଲେ।ସଙ୍ଘ ପକ୍ଷରୁ ଏକ ସମବାୟ ପତ୍ରିକା ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ଶ୍ରୀ ଦାଶ ସୂଚନା ଦେଇଥିଲେ।
ସଂଘର ରାଜ୍ୟ ସାଧାରଣ ସମ୍ପାଦକ ପର୍ଶୁରାମ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ସଂଘର ପୁରୀ ଜିଲା ଶାଖାକୁ ଅଧିକ ମଜଭୁତ କରିବା ପାଇଁ ସମସ୍ତ ସଭ୍ୟ ମାନଙ୍କ ସହମତି କ୍ରମେ ସତ୍ୟବାଦୀ ମହାପାତ୍ରଙ୍କୁ ଜିଲl ସଭାପତି, ତ୍ରିଲୋଚନ ରଥଙ୍କୁ ସାଧାରଣ ସମ୍ପାଦକ ଓ ସୁରଥ ଦଳେଇ, ସୁକାନ୍ତ ମହାନ୍ତି ଏବଂ ସୁରେଶ ମନ୍ତ୍ରୀଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା। ଏହି ବୈଠକରେ ଜିଲାର ବିଭିନ୍ନ ବ୍ଲକରୁ ସେବା ସମବାୟ ସମିତିର ସଭାପତି, ଡାଇରେକ୍ଟର ମାନେ ଯୋଗଦେଇ ନିଜ ନିଜର ମତ ରଖିଥିଲେ।
Comments are closed.