ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ  ଯୁବ ମହୋତ୍ସବ ‘ଉମଙ୍ଗ’ ଉଦଯାପିତ 

 ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆୟୋଜିତ ହେଉଥିବା ୩୭ ତମ ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ଯୁବ ମହୋତ୍ସବ ‘ଉମଙ୍ଗ’ ଉଦଯାପିତ ହୋଇଯାଇଛି  । ଆୟୋଜିତ କାର୍ଯ୍ୟକ୍ରମରେ  ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଛତିଶଗଡର ହେମ୍ ଚାନ୍ଦ ଯାଦବ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅରୁଣା ପଲ୍ଟା ଏବଂ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ନିର୍ଦ୍ଦେଶକ  ଦିଲ୍ଲୀପ ରାଉତରାୟ , ଏଆଇୟୁ ଦ୍ଵାରା ନିୟୋଜିତ ଦୁଇଜଣ ବିଶିଷ୍ଟ ଅତିଥି ତଥା ପର୍ଯ୍ୟବେକ୍ଷକ ପ୍ରଫେସର ସୋରୋଭ ଲଖନପାଲ୍ ଓ ଯାନ୍ତ୍ରିକ ପର୍ଯ୍ୟବେକ୍ଷକ ପ୍ରଫେସର ଦୀପକ ମିଶ୍ର , ଉମଙ୍ଗର ସଭାପତି ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଏବଂ କୁଳସଚିବ ସଚ୍ଚିଦାନନ୍ଦ ନାୟକ ଓ ପିଜି କାଉନସିଲ୍ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, ଉମଙ୍ଗର ସଂଯୋଜକ ପ୍ରଫେସର ଗଣେଶ ସେଠୀ  ଓ ସାଙ୍ଗଠିକ ଅଧିକାରୀ  ଡ଼ ସରିତା ଦାସ ପ୍ରମୁଖ ମଞ୍ଚାସିନ ଥିଲେ।
ଏହି ଅବସରରେ ଅଂଶ ଗ୍ରହଣ କରିଥିବା ବିଶ୍ଵବିଦ୍ୟାଳୟମାନଙ୍କୁ ମାନପତ୍ର ଓ ପଦକ ପ୍ରଦାନ କରାଯାଇଥିଲା। ପ୍ରଥମ ଦିନ ରେ ହୋଇଥିବା ସାଂସ୍କୃତିକ ଶୋଭାଯାତ୍ରାରେ ବିଜେତା ହୋଇଥିବା  ପଶ୍ଚିମବଙ୍ଗ ରାଜ୍ୟର “ବିଶ୍ଵ ଭାରତୀ ବିଶ୍ଵବିଦ୍ୟାଳୟ” ପ୍ରଥମ ସ୍ଥାନ, ଝାଡ଼ଖଣ୍ଡର “ରାଞ୍ଚି ବିଶ୍ଵବିଦ୍ୟାଳୟ”  ଦ୍ୱିତୀୟ , ଓଡ଼ିଶାର “ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ” ତୃତୀୟ ସ୍ଥାନରେ ଥିବା ବେଳେ ଚତୁର୍ଥ ସ୍ଥାନରେ ଆୟୋଜକ ବିଶ୍ଵବିଦ୍ୟାଳୟ “ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ”କୁ ସମ୍ମାନିତ କରାଯାଇଥିଲା।
prayash
ଆନ୍ତ ବିଶ୍ୱବିଦ୍ୟାଳୟ  ଯୁବ ମହୋତ୍ସବ ର ଚମ୍ପିୟାନ  ପଶ୍ଚିମ ବଙ୍ଗ ରାଜ୍ୟର ବିଶ୍ଵ ଭାରତୀ ବିଶ୍ଵବିଦ୍ୟାଳୟ  ପ୍ରଥମ, ବିହାର ରାଜ୍ୟ ର “ମିଥିଳା ନାରାୟଣ ବିଶ୍ଵବିଦ୍ୟାଳୟ”  ଦ୍ଵିତୀୟ, ଓଡ଼ିଶାର “ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ” ତୃତୀୟ, ସ୍ଥାନରେ ଥିବା ବେଳେ ଝାଡ଼ଖଣ୍ଡ ରାଜ୍ୟର ଦୁଇଗୋଟି ବିଶ୍ଵବିଦ୍ୟାଳୟ  ଚତୁର୍ଥ ସ୍ଥାନରେ “ବିନୋଦ ବିହାରି ମହୋତ ବିଶ୍ଵବିଦ୍ୟାଳୟ” , ଓ ପଞ୍ଚମ ସ୍ଥାନରେ “ବିନୋବା ଭାବେ ବିଶ୍ଵବିଦ୍ୟାଳୟ”କୁ ସମ୍ମାନିତ କରାଯାଇଥିଲା।ଶେଷରେ ଯୁବ ମହୋତ୍ସବ ଉମଙ୍ଗ ର ସହ ସଂଯୋଜକ ଡ଼ ଜୟନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ  କରିଥିଲେ ।
ଉଲ୍ଲେଖନୀୟ ଅଛି କି  ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ତରଫରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପାଞ୍ଚ ଦିନ ଧରି ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଯୁବ ମହୋତ୍ସବରେ ଭାରତର ପୂର୍ବାଞ୍ଚଳର ଚାରୋଟି ରାଜ୍ୟ (ଓଡ଼ିଶା, ବିହାର, ଝାଡ଼ଖଣ୍ଡ , ପଶ୍ଚିମ ବଙ୍ଗ) ରୁ ୧୬ ଟି ବିଶ୍ଵବିଦ୍ୟାଳୟ ରୁ ପାଖାପାଖି ୬୦୦ ରୁ ଅଧିକ ଛାତ୍ରଛାତ୍ରୀ  ଓ ଟିମ୍ ମ୍ୟାନେଜର, ଅଧ୍ୟାପକ ମାନେ  ଯୋଗ ଦେଇଛନ୍ତି । ଏହି ମହୋତ୍ସବ ପାଇଁ ଚାରୋଟି ରାଜ୍ୟର ୧୧୫ ଟି ବିଶ୍ଵବିଦ୍ୟାଳୟ ଓ ସେମାନଙ୍କ ମଧ୍ୟରେ ଅନୁବନ୍ଧିତ ଥିବା ୪୫୦୦୦ ମହାବିଦ୍ୟାଳୟ ଗୁଡ଼ିକୁ ନିମନ୍ତ୍ରଣ କରାଯାଇଥିଲା । ସେଥିମଧ୍ୟରୁ ୧୬ ଟି ବିଶ୍ଵବିଦ୍ୟାଳୟ ଯୋଗ ଦେଇଥିଲେ । ମହୋତ୍ସବ ରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ମାନେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଯୁବ ପ୍ରତିଭା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ନିଜ, ନିଜ  ରାଜ୍ୟର ସଂସ୍କୃତି ଓ ଲୋକକଳାକୁ ପ୍ରଦର୍ଶନ କରିଥିଲେ ।

Comments are closed.