ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗ ଛାତ୍ରୀ ପ୍ରତ୍ୟାଶା ରାୟଙ୍କୁ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ପ୍ରତିଯୋଗିତାରେ ସଫଳତା ମିଳିଛି।
ଆସାମର ଗୌହାଟିଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପ୍ରତିନିଧିତ୍ବ କରୁଥିବା ଓଡ଼ିଆ ଝିଅ ପ୍ରତ୍ୟାଶା ରାୟ ନିଜର ଚମକ ଜାରି ରଖି ସ୍ବର୍ଣ୍ଣପଦକ ପଦକ ଜିତିଛନ୍ତି। ଓଡ଼ିଶା ସନ୍ତରିକା ପ୍ରତ୍ୟାଶା ସୋମବାର ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ୪୦୦ ମିଟର ଫ୍ରିଷ୍ଟାଇଲ୍ ଏବଂ ବ୍ୟାକ ଷ୍ଟ୍ରୋକ ୧୦୦ ମିଟରରେ ସ୍ବର୍ଣ୍ଣପଦକ ଜିତିଛନ୍ତି।
ପ୍ରତ୍ୟାଶାଙ୍କ ସଫଳତା ପାଇଁ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, କୁଳସଚିବ ଡ.କାହ୍ନୁଚରଣ ଧୀର ଏବଂ କ୍ରୀଡ଼ା ପରିଷଦ ନିର୍ଦେଶକ ଡ.ବିଜୟ କୁମାର ସୁନ୍ଦରାୟ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।



