ଫୁଲବାଣୀ :କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସ ଦୀର୍ଘ ୨ ମାସ ହେଲା ଫିରିଙ୍ଗିଆ ଥାନା ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ଭାବରେ ଏକର ଏକର ଜଙ୍ଗଲ ଜମିରେ କୋଟିକୋଟି ଟଙ୍କାର ଗଞ୍ଜେଇ ଗଛଗୁଡିକୁ କାଟି ନଷ୍ଟ କରିପକାଉ ଥିବା ବେଳେ ପୁଣି ରବିବାର ୧୬ ଏକର ପରିମିତ ଜଙ୍ଗଲ ଜମିରେ ବେଆଇଆନ ଭାବରେ ଚାଷ ହୋଇଥିବା ପ୍ରାୟ ୧ କୋଟି ୬୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ କାଟି ନଷ୍ଟ କରିଦେଇଛନ୍ତି।
ପୁଲିସର ସୂଚନା ଅନୁସାରେ ରବିବାର ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ କର୍ମଚାରୀମାନଙ୍କ ସହଯୋଗରେ ଫିରିଙ୍ଗିଆ ଥାନା କାଶିନି ପଦର ପଞ୍ଚାୟତ ତରଗାବାଲି ଓ ଜିରିସୀ ଗାଁ ନିକଟରେ ଥିବା ଜଙ୍ଗଲରେ ଚଢ଼ାଉ କରି ଏହି ଗଞ୍ଜେଇଗଛ ଗୁଡିକୁ କାଟି ନଷ୍ଟ କରିଦେଇଛନ୍ତି। ଅନ୍ୟପଟେ ଏହି ଅଭିଯାନରେ ଥାନା ଅଧିକାରୀଙ୍କ ସହ ଫିରିଙ୍ଗିଆ ଏସଆଇ ଦୀପକ ରାଉତ, ଏ ଏସ ଆଇ ଶ୍ରୀକାନ୍ତ ପାତ୍ର, ଏ ଏସ ଆଇ ପ୍ରମୋଦ କୁମାର ପ୍ରଧାନ ଓ ଥାନାରେ ହୋମଗାର୍ଡ ମାନେ ଉପସ୍ଥିତ ଥିଲେ।
ଅତିରିକ୍ତ ତହସିଲଦାର ଅଭିନାଶ ମିଶ୍ରଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଗଛ କଟାଯାଇଥିଵା ବେଳେ ଏଥିରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୩0 ଜଣ ଶ୍ରମିକ ଓ ସୁରକ୍ଷା ଦୃଷ୍ଟି କୁ ଆଖିଆଗରେ ରଖି ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମଧ୍ୟ୍ୟ ମୁତନ କରାଯାଇଥିଲା। ଅନ୍ୟପଟେ ଏହି ଗଞ୍ଜେଇ କଟାକୁ ନେଇ ଫିରିଙ୍ଗିଆ ଥାନା ରେ ୪୭/୨୪ରେ ଏକ ମାମଲା ମଧ୍ୟ ୠଜୁହୋଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
Comments are closed.