ସିନ୍ଦ୍ରିମାଳ ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ଶିବିର

ମାଲକାନଗିରି :  ମାଲକାନଗିରି ବ୍ଲକ ତରଫରୁ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ଶିବିର କାର୍ଯ୍ୟକ୍ରମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝଡ଼ିଆଙ୍କ ଅଧ୍ୟକ୍ଷତାରେ ଆଜି ସିନ୍ଦ୍ରିମାଳ  ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପୁଷ୍ପ ଓ ଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇ ଥିଲା ।
prayash
ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ଶିବିର କାର୍ଯ୍ୟକ୍ରମରେ ବିଡ଼ିଓ ସୁଶ୍ରୀ  ଝଡ଼ିଆ  ସିନ୍ଦ୍ରିମାଳ ଗ୍ରାମ ପଞ୍ଚାୟତରେ ହୋଇଥିବା ବିକାଶର ଏକ ଝଲକ  ଆଲୋକପାତ କରି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ୧୩ ଟି ପ୍ରକଳ୍ପ ପାଇଁ ୫୦ ଲକ୍ଷ ଟଙ୍କା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ୨୧୧୭ ପରିବାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ, ୫୨ ହିତାଧିକାରୀ ଉପକୃତ, ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନା ୧ ଟି ପ୍ରକଳ୍ପ ପାଇଁ ୧୦ ଲକ୍ଷ ଟଙ୍କା, କାଳିଆ ଯୋଜନା ୧୦୫୪ ପରିବାର କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ , ସାମାଜିକ ସୁରକ୍ଷା ଭତ୍ତା ୪୬୬ ହିତାଧୁକାରୀଙ୍କୁ ଭତ୍ତା, ମିଶନ ଶକ୍ତି ୫୧ ଟି ମିଶନ ଶକ୍ତି  ଗୋଷ୍ଠୀଙ୍କୁ ମୋଟ ୧୭୮.୫ଲକ୍ଷ ଟଙ୍କାର ବିନା ସୁଧରେ ଋଣ , ରେସନ୍ କାର୍ଡ଼ ୨୧୧୭ ପରିବାରଙ୍କୁ ରେସନ୍ କାର୍ଡ଼ , ମମତା ଯୋଜନା ଗର୍ଭବତୀ ର୍ଭବତୀ ମହିଳାଙ୍କୁ ମମତା ସହାୟତା ,ପଞ୍ଚାୟତରେ ଆମ ବ୍ୟାଙ୍କ ଆମ ବ୍ୟାଙ୍କ ଦ୍ବାରା ଆର୍ଥିକ ଅନ୍ତର୍ଭୁକ୍ତିକରଣ ସହ ଲକ୍ଷ୍ମୀ ଯୋଜନା ପଞ୍ଚାୟତରେ ୧୨.୧୦.୨୦୨୩ ରୁ ବସ୍ ସେବା ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ ।

 

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର  ଛାତ୍ର ଛାତ୍ରୀ ,ଅଙ୍ଗନବାଡି କର୍ମୀ , ଆଶା କର୍ମୀ , ବିଦ୍ୟାଳୟର  ଶିକ୍ଷକ ଏବଂ ମିଶନ୍ ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପୁରସ୍କୃତ କରିବା ସହ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆଜିର  କାର୍ଯ୍ୟକ୍ରମକୁ ସଫଳ ରୂପାୟନ ସହ ସଠିକ ଭାବେ ତଦାରଖ କରିଛନ୍ତି ସିନ୍ଦ୍ରିମାଲ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ମହାନ୍ତି ।

Comments are closed.