ମା’ ଗୌରୀ ପୂଜାତ୍ସୋବ ଓ ଖଣ୍ଡା ନୃତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ପାଳିତ
କେନ୍ଦୁଝରଗଡ: ଘଟଗାଁ ବ୍ଳକ ବାଲିପୋଖରୀ ପଲ୍ଲୀ ଠାରେ ମା ଗୌରୀ ପୂଜା ଧୁମଧାମରେ ପାଳିତ ହୋଇ ଯାଇଛି।ଏଥି ସହିତ ମା ଗୌରୀ ଖଣ୍ଡା ନୃତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଏହି ଗୌରୀ ପୂଜା ଉତ୍ସବ ଚଳିତମାସ ୧୫ରୁ ଆରମ୍ଭ ହୋଇ ୧୭ ତାରିଖରେ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ପୂର୍ବତନ ବିଧାୟକ ପ୍ରାଣବଲଭ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଗୋଣ୍ଡ ସମାଜର ଐତିହ୍ୟ, ଗୌରୀ ପୂଜା, ଗେ।ଣ୍ଡ ସମାଜର ଖଣ୍ଡା ନୃତ୍ୟ ଓ ରାଣୀ ଦୁର୍ଗାବତୀଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ। ଗୋଣ୍ଡ ସମାଜ ଜିଲା ସଭାପତି ଜନାର୍ଦ୍ଦନ ନାୟକ, ସାଧାରଣ ସମ୍ପାଦକ ଚକ୍ରଧର ନାୟକ, ନାରୀ ନେତ୍ରୀ ଅପୂର୍ବ ନାୟକ, ସ୍ଥାନୀୟ ସରପଞ୍ଚ ଦ୍ରୌପଦୀ ନାୟକ, ଦୈତାରୀ ନାୟକ, ସୁଲୋଚନା ନାୟକ, ବାଲିପୋଖରୀ ପଲ୍ଲୀ ସଭାପତି ଦୟାନିଧି ଖଣ୍ଡା, ଦିଗାମ୍ବର ଦଣ୍ଡ ପାଟ ଓ ଫକୀର ଚରଣ ଖଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇ ଉଦବୋଧନ ଦେଇଥିଲେ।
ଆବହମାନ କାଳରୁ ଗୋଣ୍ଡ ଜନଜାତିର ଏହି ଓଷା ଝିଅ ପିଲା ଓ ମହିଳା ମାନଙ୍କ ଦ୍ୱାରା ପାଳିତ ହୋଇ ଆସୁଥିବା ବେଳେ ଏହା ଗୋଣ୍ଡ ପରମ୍ପରା ମାନ୍ୟତା ଅନୁସାରେ ଦେବୀ ଗୌରୀ ଶକ୍ତି ସମୃଦ୍ଧିର ପରିଚୟ ବହନ କରି÷ଆସୁଛି। ଗ୍ରାମର ମହିଳା ୩ଦିନ ନିଷ୍ଠାର ସହ ଏହି ଓଷା ପାଳନ କରନ୍ତି ଓ ଶେଷ ଦିନରେ ମହିଳାମାନେ ବୀର ବେଶରେ ସଜ୍ଜିତ ହୋଇ ଗୋଣ୍ଡ ଦେବୀ ମା ଗୌରୀ ପୂଜା ସମ୍ମୁଖରେ ପ୍ପ୍ରଦର୍ଶନ କରିଥାନ୍ତି। ଏହି ଉତ୍ସବର ସଫଳ ରୂପାୟନ ପାଇଁ ବାଲି ପୋଖରୀ ପଲ୍ଲୀ ଗ୍ରାମ୍ୟ କମିଟି ପ୍ରମୁଖ କର୍ମକର୍ତ୍ତା ଚନ୍ଦ୍ରମଣି ନାୟକ, ବିଦ୍ୟାଧର ନାୟକ, ଗଦାଧର ନାୟକ, ଦୟାନିଧି ନାୟକ, ରମେଶ ଚନ୍ଦ୍ର ନାୟକ ଓ ଉଜକ କେଶବ ଚନ୍ଦ୍ର ନାୟକ ପ୍ରମୁଖ ସହଯୋଗ କରିଥିଲେ।ପରେ ପରେ ବାଲିପୋଖରୀ ଖଣ୍ଡା ନୃତ୍ୟ ଶିଳ୍ପୀ ଝିଅ ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ଗୋଣ୍ଡ ପାରମ୍ପରିକ ଖଣ୍ଡା ନୃତ୍ୟ ଓ ଗୋଣ୍ଡ ସମାଜର ଆରାଧ୍ୟ ଦେବତା ଜଂଘା ଦେବଙ୍କୁ ନୃତ୍ୟ ମାଧ୍ୟମରେ ପ୍ରକାଶିତ କରାଯାଇଥିଲା।
Comments are closed.