ଆରମ୍ଭ ହେଲା ସୁରେନ୍ଦ୍ର ସାଏଙ୍କ ଜନ୍ମ ପୀଠ ବିକାଶ ପ୍ରକଳ୍ପ କାମ 

ରେଙ୍ଗାଲି: ଦୀର୍ଘ ବର୍ଷର  ବାରମ୍ବାର ଦାବୀ  ପରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା କାର୍ଯ୍ୟକାରୀ ହୋଇଛି । ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ବିକାଶ ପ୍ରକଳ୍ପ କାମର  ଆଜି ଶୁଭାରମ୍ଭ ହୋଇଛି। ସୁରେନ୍ଦ୍ର ସାଏ ସ୍ମୃତି ସଂସଦର ସଭାପତି ଲାଲ୍ ବୀରେନ୍ଦ୍ର ପ୍ରତାପ ସାଏ, କାର୍ଯ୍ୟକାରୀ ସଭାପତି ପିତାମ୍ବର ବିଶ୍ବାଲ, କାଜୁ ବୁଧିଆ ପ୍ରମୁଖଙ୍କ ଉପସ୍ଥିତିରେ ଆଜି ଜନ୍ମ ପୀଠ ଖିଣ୍ଡାର  ବିକାଶ  ପ୍ରକଳ୍ପ କାମର ଶୁଭାରମ୍ଭ କରାଯାଇଛି। ଲାଲ୍ ବୀରେନ୍ଦ୍ର ସାଏ ପୂଜା ଅର୍ଚ୍ଚନା କରି ପ୍ରକଳ୍ପର ଶୁଭ ଦେଇ ଥିଲେ।
ସୂଚିତ ଯେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର  ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଅନୁମୋଦନ କରି ଖର୍ଚ୍ଚ ହେବ ୬ କୋଟି ୪୧ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ୫ଟି  ଉପକ୍ରମରେ ପର୍ଯ୍ୟଟନ ବିଭାଗ ଜରିଆରେ  ଏହି ବିକାଶ ପ୍ରକଳ୍ପ  ସମ୍ପନ୍ନ କରାଯାଇ ବୀର ସୁରେନ୍ଦ୍ର ସାଏଙ୍କ  ପୂର୍ଣାବୟବ  ପ୍ରତିମୂର୍ତ୍ତୀ ସ୍ଥାପନ, ସଂଗ୍ରହାଳୟ  ଓ  ପାଠାଗାର  ପୁନରୁଦ୍ଧାର  ସହ  ସ୍ମୃତି  ସଦନ ନିର୍ମାଣ କରାଯିବାର ଧାର୍ଯ୍ୟ ରହିଛି। ଗତ ଜୁଲାଇ ୧୫ତାରିଖ ଦିନ ତତ୍କାଳୀନ ୫ଟି ସଚିବ ଭି.କେ ପାଣ୍ଡିଆନ ଖିଣ୍ଡା ଗସ୍ତରେ ଜନ୍ମ ପୀଠ ପରିଦର୍ଶନ କରି  ଜନ୍ମ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ ରେ ବାର୍ତ୍ତଳାପ କରିଥିଲେ।
prayash
ଖିଣ୍ଡାର ବିକାଶ ସହ ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ  ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଏକ ଘଣ୍ଟା ଭିତରେ ନିଷ୍ପତ୍ତି ନେଇ  ପ୍ରକଳ୍ପକୁ ଅନୁମୋଦନ କରିଥିଲେ । ଏହି ପ୍ରକଳ୍ପରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ପୀଠର ୧.୯୪୫  ଏକର ଜମିରେ ହେବାକୁ  ଥିବା ଏହି ବିକାଶ  ପ୍ରକଳ୍ପରେ  ସୁରେନ୍ଦ୍ର   ସାଏଙ୍କ  ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସହ ସ୍ମୃତି  ସଦନ ମଧ୍ୟ ନିର୍ମାଣ କରାଯିବ। ସେଠାରେ  ଥିବା  ସଂଗ୍ରହାଳୟ  ଓ  ପାଠାଗାର ର  ପୁନରୁଦ୍ଧାର  କରାଯିବ। ଲ୍ୟାଣ୍ଡ ସ୍କାନିଂ  ସହ ଉଦ୍ୟାନ ର  ବିକାଶ  କରାଯିବ ଏବଂ  ସୁନ୍ଦର୍  ଭାବରେ  ଆଲୋକୀକରଣ  ମଧ୍ୟ  କରାଯିବ। ଏହା ସହିତ ସେଠାରେ ଥିବା   ମଞ୍ଚ ଓ  ସମାବେଶ  ସ୍ଥଳ ର  ଉନ୍ନତିକରଣ  କରାଯିବ।
ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିଶ୍ରୁତି ଓ ଘୋଷଣା କାର୍ଯ୍ୟକାରୀ ହୋଇ ବିକାଶ ପ୍ରକଳ୍ପ କାମ ଆରମ୍ଭ ହୋଇଥିବାରୁ ଜନସାଧାରଣ ରେ ଏହାକୁ ପ୍ରଶଂସା ଓ ସ୍ବାଗତ କରାଯାଇ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ବିଭିନ୍ନ ମହଲ ରେ ପ୍ରତିକ୍ରିୟା ପ୍ରକାଶ ପାଉଛି । ବିଳମ୍ବ ରେ ହେଲେ ମଧ୍ୟ ସରକାର ସୁରେନ୍ଦ୍ର ସାଏଙ୍କ ଜନ୍ମ ପୀଠର ବିକାଶ ପାଇଁ ପଦକ୍ଷେପ ନେବା ଏକ ସ୍ବାଗତ ଯୋଗ୍ୟ ପ୍ରଶଂସନୀୟ ପଦକ୍ଷେପ ବୋଲି ସଚେତନ ନାଗରିକ ମହଲ ରେ ମତ ପ୍ରକାଶ ପାଉଛି। ପ୍ରକଳ୍ପ ନିର୍ମାଣ କାମ ଯୋଗେଶ ଶର୍ମା ନାମକ ଜନୈକ ଠିକାଦାରଙ୍କ ତତ୍ତ୍ୱାବଧାନ ରେ ସମ୍ପନ୍ନ କରାଯିବ ବୋଲି ଜଣା ପଡିଛି।

Comments are closed.