ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକି: ଆୟର୍ଲାଣ୍ଡକୁ ୧-୦ ଗୋଲରେ ହରାଇଲା ଭାରତ
ଭୁବନେଶ୍ବର:ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ହକି ୨୦୨୩-୨୪ରେ ଭାରତ ତୃତୀୟ ବିଜୟ ହାସଲ କରିଛି। ଶୁକ୍ରବାର କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ୧-୦ ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି।
ଦୁର୍ବଳ ଦଳ ଭାବେ ବିବେଚିତ ହେଉଥିବା ଆୟର୍ଲାଣ୍ଡ ଘରୋଇ ଭାରତକୁ କଡ଼ା ଟକ୍କର ଦେଇଥିଲା। ପ୍ରଥମ ଓ ଦ୍ବିତୀୟ କ୍ବାର୍ଟର ଖେଳ ଗୋଲଶୂନ୍ୟ ରହିଥିଲା। ତୃତୀୟ କ୍ବାର୍ଟରରେ ମଧ୍ୟ ଦୁଇ ଦଳ କେହି କାହାରିକୁ ଗୋଲ ଦେଇପାରିନଥିଲେ।
ଖେଳର ଶେଷ ତଥା ୬୦ ମିନିଟ୍ରେ ଭାରତ ଗୋଲ ଦେବାରେ ସଫଳ ହୋଇଥିଲା। ଭାରତ ପକ୍ଷରୁ ଗୁର୍ଜାଣ୍ଟ ସିଂହ ଗୋଲ ଦେଇ ଦଳକୁ ୧-୦ରେ ବିଜୟୀ କରାଇଥିଲେ। ଭାରତ ୪ଟି ମ୍ୟାଚରୁ ଦୁଇଟି ବିଜୟ, ଗୋଟିଏ ସୁଟ୍ଆଉଟ୍ ବିଜୟ ଓ ଗୋଟିଏ ପରାଜୟ ସହ ୮ପଏଣ୍ଟ ପାଇଛି। ଦଳ ୭ମ ମ୍ୟାଚ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମରେ ୧୯ରେ ସ୍ପେନ ସହିତ ଖେଳିବ। ଏଥି ସହିତ କଳିଙ୍ଗ ଷ୍ଟାଡ଼ିୟମରେ ଏଫ୍ଆଏଚ୍ ପୁରୁଷ ଓ ମହିଳା ହକି ପ୍ରୋ ଲିଗ୍ ୨୦୨୩-୨୪ ମ୍ୟାଚ ଶେଷ ହୋଇଛି।
Comments are closed.