ମା ପିତାବଳୀ ଚତୁର୍ଥ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଯାପିତ, ଆରାପାଜୁକୁ ହରାଇ ଡିଣ୍ଡିରା ଗାଁ ଚମ୍ପିୟାନ

ଫୁଲବାଣୀ : କନ୍ଧମାଳ ଜିଲା  ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ ଗଞ୍ଜୁଖୋଲ ଗାଁର  ବାହେଲି ପାଙ୍ଗା ଖେଳ ପଡିଆରେ ମାଁ ପିତାବଳୀ ଯୁବକ ସଂଘର ଚତୁର୍ଥ ବାର୍ଷିକ ଗ୍ରାମାଞ୍ଚଳ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଛି। ଏହି ଫୁଟବଲ ପ୍ରତଯୋଗୀତା ଚଳିତ ମାସ ୧୧ ତାରିଖ ଠାରୁ ଆରମ୍ଭ ହୋଇ ୧୪ ତାରିଖରେ ସମାପ୍ତ ହୋଇଥିବା ବେଳେ ଫିରିଙ୍ଗିଆ ବ୍ଲକ ଏବଂ ଫୁଲବାଣୀ ବ୍ଲକ ର ମୋଟ ୧୬ ଟି ଗ୍ରାମାଞ୍ଚଳ ଫୁଟବଲ କ୍ଲବ ଯୋଗ ଦେଇଥିଲେ।
prayash
ଶେଷ ଦିନରେ ୨ ଟି ସେମି ଫାଇନାଲ ଓ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଫାଇନାଲ ଖେଳ ଫୁଲବାଣୀ ବ୍ଲକ ଏ, ବି, ଏଫସି ଆରାପାଜୁ ଓ ଫିରିଙ୍ଗିଆ ବ୍ଲକ ର ଜେ, ବି, ବି ଫୁଟବଲ କ୍ଲବ ଡିଣ୍ଡିରା ଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ ଖେଳରେ ପ୍ରଥମାର୍ଦ୍ଧ ରେ ଜେ, ବି, ବି କ୍ଲବ ଡିଣ୍ଡିରା ଗାଁ ଗୋଟିଏ ଗୋଲ ଦେଇଥିବା ବେଳେ ଖେଳ ର ଦୁତୀୟାର୍ଦ୍ଧ ରେ ମଧ୍ୟ ଜେ, ବି, ବି, କ୍ଲବ ଡିଣ୍ଡିରା ଗାଁ ଗୋଟିଏ ଗୋଲ ଦେଇ ଖେଳ ଶେଷ ସୁଦ୍ଧା ବି, ବି,, ଏଫସି ଆରାପାଜୁ କ୍ଲବ କୁ ୨-୦ ଗୋଲରେ ହରାଇ ବିଜୟ ଲାଭ କରିଥିଲା।
ଫାଇନାଲ ଖେଳରେ ଜନଜାତି ସମବାୟ ବାଣିଜ୍ୟ ମହାସଂଘ ଓ ଜନଜାତି ଉନ୍ନୟନ ମନ୍ତ୍ରଣା ଳୟ ଭାରତ ସରକାର ଉପାଧ୍ୟକ୍ଷ୍ୟ ପବିତ୍ର କହଁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉମା ଚରଣ ମଲିକ, ବିଜେପି ଜିଲ୍ଲା ମୋର୍ଚ୍ଚା ସଭାପତି, ମିଣିଆ ପଞ୍ଚାୟତ ସରପଞ୍ଚ ଗୌତମ ମଲିକ, ଅଲିଭା ସ୍ପୋର୍ଟ୍ସ ସନ୍ତୋଷ କୁମାର ପ୍ରଧାନ, ଉଦୟ ନାଥ କହଁର, ପ୍ରମୋଦ ମଲ୍ଲିକ, ଯୋଗ ଦେଇଥିଲେ। ମାଁ ପିତାବଳୀ ଯୁବକ ସଂଘ ଗଞ୍ଜୁଖୋଲ ର ସଭାପତି ସାର୍ଥକ କହଁର, ବସନ୍ତ କହଁର, ସୁଶାନ୍ତ କହଁର, ନକୁଳ କହଁର, ନୀଳାଞ୍ଚଳ ମଲିକ ଙ୍କ ସହ କ୍ଲବ ର ସଦସ୍ୟ ମାନେ ସହଯୋଗ କରିଥିଲେ। ଖେଳରେ ରେଫରୀ ଭାବରେ ପ୍ରଫୁଲ୍ଲ କହଁର, ମୁନା କହଁର, ଅପୀନାଥ କହଁର ପରିଚାଳନା କରିଥିଲେ। ଶେଷରେ ଅତିଥି ମାନଙ୍କ ଦ୍ୱାରା ଅର୍ଥ ରାଶି ଓ ଟ୍ରଫି ବିଜେତା ଓ ଉପ ବିଜେତା ଦଳକୁ ପ୍ରଦାନ କରା ଯାଇଥିଲା।

Comments are closed.