www.samajalive.in
Tuesday, December 9, 2025
26.1 C
Bhubaneswar

ଓଡ଼ିଆ, ଭାଷା, ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ର ଉଦଯାପନୀ ସମାରୋହ

କଣ୍ଟାବାଞ୍ଜି : ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ରେ ନୂଆ ଓଡିଶା ଯୁବ ଓଡ଼ିଆ ଅନ୍ତର୍ଗତ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତିର ଉଦଯାପନୀ ସମାରୋହ ମହାବିଦ୍ୟାଳୟ ର ଅଧକ୍ଷ୍ୟ ରାଜେନ୍ଦ୍ର ପୁରୋହିତଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି. ଏହି ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ଅଞ୍ଚଳର ଜଣାଶୁଣା ବୁଦ୍ଧିଜୀବୀ ତଥା ପୂର୍ବତନ ଓଡିଶା ଶିକ୍ଷା ସେବାର କର୍ମଚାରୀ ରାମଚନ୍ଦ୍ର ସାହୁ ଯୋଗଦାନ କରିଥିବା ବେଳେ ସାମ୍ନାନିତ ଅତିଥି ଭାବେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବୃନ୍ଦାବନ ନାଗ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।

ଉଦଯାପନୀ ସଭାର ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଦେଇ ପୂଜାର୍ଚନା କରାଗଲା. ଅଧକ୍ଷ୍ୟ ରାଜେନ୍ଦ୍ର ପୁରୋହିତ ସ୍ୱାଗତ ଭାଷଣ ପ୍ରଦାନ କରି ଛାତ୍ରୀମାନଙ୍କୁ ଭାଷା ହିଁ ପରିଚୟ ଓ ଏହାକୁ ଆମେ ନିହାତି ଭାବେ ବଜାୟ ରଖିବା ଦରକାର ବୋଲି ସମ୍ଭୋଦିତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସାହୁ ଛାତ୍ରୀମାନଙ୍କୁ ସମ୍ଭୋଦିତ କରି ଛାତ୍ରୀ ଜୀବନରେ ଭାଷା ସାହିତ୍ୟ ସଂସ୍କୃତି ରକ୍ଷା କରିବାକୁ ହେଲେ ଭଦ୍ରତା,ଶୃଙ୍ଖଳା ଓ ନମ୍ରତା ନିହାତି ଦରକାର। ଏହି ତିନୋଟି ବୈଶିଷ୍ଟ ନରହିଲେ ଗୋଟିଏ ଛାତ୍ରୀ ତାର ମସ୍ତିଷ୍କ ର ଭାରସାମ୍ୟ ରକ୍ଷା କରିପାରିବ ନାହିଁ. ଭାଷା ମୁଖ୍ୟତ ଆମ ମନ ର ଭାବ ଓ ଏହାକୁ ପ୍ରକାଶ କରିବାକୁ ହେଲେ ମସ୍ତିଷ୍କର ଚିତ୍ତ ନିହାତି ଦରକାର। ଚିତ୍ତ ଠିକ ରହିଲେ ତାହା ଭାଷା କୁ ଆଗକୁ ନେବାରେ ସହଯୋଗ କରିଥାଏ ବୋଲି ସମ୍ବୋଧନ କରିଥିଲେ. ବିଭିନ୍ନ ପୌରାଣିକ ଉଦାହରଣ ଦେଇ ସବୁ ସମୟରେ ଭାଷା ଓ ସଂସ୍କୃତି ଗୋଟିଏ ସଭ୍ୟତାର ପରିଚୟ କିପରି ଦେଇଥାଏ ତାହା ବର୍ଣନା କରିଥିଲେ.କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ସୁଶାନ୍ତ କୁମାର ମହାନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷା ହେଉଛି ପୁରାତନ ଭାଷା ଓ ଏହା ଯେ କୌଣସି ଭାଷା ଠାରୁ କାହିଁ କେତେ ଉର୍ଦ୍ଧରେ ବୋଲି କହିଥିଲେ।

- Advertisement -

ଓଡ଼ିଆ ଭାଷାର ପ୍ରତେକ ଶବ୍ଦରେ ଏକାଧିକ ଶବ୍ଦ ରହିଛି ଯାହା ଅନ୍ୟ କୌଣସି ଭାଷାରେ ଦେଖିବାକୁ ମିଳେ ନାହିଁ. ଛାତ୍ରୀ ମାନେ କୌଣସି କ୍ଷେତ୍ରରେ ଆଗକୁ ଯିବାକୁ ହେଲେ ନିଜ ମାତୃଭାଷା କୁ ସୁଦୃଢ କରିବାକୁ ହେବ ବୋଲି କହିଥିଲେ. ଭାଷା ର ଉତ୍ପତି, ଏହାର ଇତିହାସ, ଭାଷାର ଶାସ୍ତ୍ରୀୟ ମାନ୍ୟତା ଓ ଏହା ଆଜିର ସାମ୍ପ୍ରତିକ ସ୍ଥିତିରେ କେତେ ପ୍ରକାରରେ ଉପଲବ୍ଧ ଓ ଏହାର ଗୁରୁତ୍ୱ ଆଧୁନିକ ସମାଜରେ କେତେ ରହିଛି ସେ ବିଷୟରେ ନିଜ ଅଭିଭାଷଣ ପ୍ରଦାନ କରି ମୁଖ୍ୟ ବକ୍ତା ଛାତ୍ରୀ ମାନଙ୍କୁ ପ୍ରଭାବିତ କରିଥିଲେ।

ମହାବିଦ୍ୟାଳୟର ସଭାପତି ବୃନ୍ଦାବନ ନାଗ ନିଜ ଅଭିଭାଷଣରେ ଓଡ଼ିଆ ସରକାର ଙ୍କ ନୂଆ ଓଡିଶା ନୀତି କୁ ପ୍ରଶଂସା କରି ଭାଷା ସାହିତ୍ୟ ସଂସ୍କୃତି କିପରି ସଭ୍ୟତାକୁ ଆଗକୁ ନେବ ସେ ବିଷୟରେ ସମ୍ଭୋଦିତ କରିଥିଲେ. ସଭାକୁ ଇଂରାଜୀ ଅଧ୍ୟାପକ ସୋମନାଥ ମେହେର ପରିଚାଳନା କରିଥିବା ବେଳେ ସଭାରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଙ୍କୁ ଅର୍ଥନୀତି ଅଧ୍ୟାପିକା ସୁନନ୍ଦା ରଥ ଔପଢୌକନ ଦେଇ ସମ୍ଭାର୍ଦ୍ଧିତ କରିଥିଲେ. ଭାଷା ସାହିତ୍ୟ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତି ଅନ୍ତର୍ଗତ ହେଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଅର୍ଥରାଶି,ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା ଓ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କୁ ମଧ୍ୟ୍ୟ ମାନପତ୍ର ଦେଇ ଉତ୍ସାହିତ କରାଯାଇଥିଲା।

ଏହି କାର୍ୟ୍ୟକ୍ରମ ର ନୋଡାଲ ଅଫିସର ଶ୍ରୀ ଯୁଧିଷ୍ଠିର ବେହେରା କାର୍ୟ୍ୟକ୍ରମ କୁ ସଠିକ ଭାବେ ଆୟୋଜନ କରି ଗତ ଗୋଟିଏ ମାସ ଧରି ଆୟୋଜିତ ହେଇଥିବା ଭାଷା ସାହିତ୍ୟ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତି କାର୍ୟ୍ୟକ୍ରମ ର ବିସ୍ତୁତ ବିବରଣୀ ପ୍ରଦାନ କରିଥିଲେ.ସଭାରେ ମହାବିଦ୍ୟାଳୟ ର ଅଧ୍ୟାପକ ରାଜୀବ ମେହେର, ଡ଼କ୍ଟର ନେପାଳ ସେଠି, ଅଧ୍ୟାପିକା ସୁନନ୍ଦା ରଥ, ଲିପନିତା ପଧାନ,ରଶ୍ମି ରମିତା ମେହେର, ନିରବତୀ ପଧାନ, ଖେଳ ଶିକ୍ଷକ ରଞ୍ଜୁ ବନଛୋର ଉପସ୍ଥିତ ରହି କାର୍ୟ୍ୟକ୍ରମ କୁ ସହଯୋଗ କରିଥିଲେ.ପରିଶେଷରେ ରାଜନୀତି ଅଧ୍ୟାପକ ଜିତେନ୍ଦ୍ର ସୁନା ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ କରିଥିଲେ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories