ମାଗଣା ସ୍ୱାସ୍ଥ୍ୟସେବା ଶିବିର

ଗୁରୁଡିଝାଟିଆ: ଜେକେ ଲକ୍ଷ୍ମୀ ସିମେଣ୍ଟ କାରଖାନା ଓ ଗୋପବନ୍ଧୁ ଚିକିତ୍ସାଳୟର ମିଳିତ ଆନୁକୁଲ୍ୟରେ କାରଖାନା ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଛି। କାରଖାନାର ମୁଖ୍ୟ ଗିରୀଶ ତିୱାରୀ ସ୍ୱାସ୍ଥ୍ୟସେବା ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରି କାର୍ୟ୍ୟରତ ପ୍ରତ୍ୟେକ ଶ୍ରମିକ ଓ କର୍ମଚାରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ନିରାପତ୍ତା ଆମର ପ୍ରାଥମିକତା।

prayash

ସୁସ୍ଥ ମଣିଷ ପ୍ରତ୍ୟେକ କ୍ଷେତ୍ରରେ ନିଜର କାର୍ୟ୍ୟକୁ ଠିକଣା ଢଙ୍ଗରେ ସମାପନ କରି ଦେଶକୁ ବିକାଶ ପଥରେ ଆଗେଇ ଦେଇଥାଏ ବୋଲି କହିଥିଲେ। ଗୋପବନ୍ଧୁ ଚିତ୍ସାଳୟର ଡାକ୍ତର ବିକ୍ରମ ଷଡଙ୍ଗୀ ଙ୍କ ନେତୃତ୍ୱରେ ସେବିକା ଝୁନୁଲତା ସେଠୀ, ସେବିକା ବିଦ୍ୟାର୍ଥୀ ବିଦୁସ୍ମିତା ମନ୍ତ୍ରୀ,ଅର୍ପିତା ଆସ,ସେବତୀ ନାୟକ, ଦିପ୍ତିମୟୀ ନାୟକ ପ୍ରମୁଖ ରୋଗୀମାନଙ୍କୁ ଚିକିତ୍ସାସେବା ଯୋଗାଇଦେବାରେ ସହାୟତା କରିଥିଲେ। ଆଗନ୍ତୁକ ରୋଗୀମାନଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଇଥିଲା। କାରଖାନାର ପାରିପାଶ୍ୱର୍ିକ ଉନ୍ନୟନ ଅଧିକାରୀ ସୁଶିଲ କୁମାର ରାଉତ, ସୁଜନ ସିଂ ,ସୌରଭ ପଣ୍ଡା, ଦିଲ୍ଲିପ କୁମାର ମିଶ୍ର ଓ ବିଜୟ ଦାସ ପ୍ରମୁଖ କାରଖାନାର କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.