www.samajalive.in
Sunday, December 7, 2025
23.1 C
Bhubaneswar

ରାମନଦୀରୁ ବେଧଡକ ଉତ୍ତୋଳନ ହେଉଛି ବାଲି, ଦୈନିକ ଶହ ଶହ ଟ୍ରାକ୍ଟରରେ ହେଉଛି ଚୋରାଚାଲାଣ 

ଚାନ୍ଦିପୁଟ : ଦିବାଲୋକରେ ବେଧଡକ ଭାବେ ନଦୀ ଗର୍ଭରୁ ବାଲି ଉତ୍ତୋଳନ ହୋଇ ଟ୍ରାକ୍ଟର ଯୋଗେ ଚାଲାଣ ହେଉଛି । ନା କଟାଯାଉଛି ରୟାଲଟି , ନା ଅଛି ପ୍ରଶାସନର ଜରିମାନାକୁ ଭୟ ।  ଗଜପତି ଜିଲ୍ଲାରେ ପ୍ରଶାସନର ଦୁର୍ବଳତାର ସୁଯୋଗ ନେଇ ବାଲିମାଫିଆ ଏବେ ବେଫିକର୍ । ଫଳରେ ପ୍ରକୃତିରୁ ଲଘୁ ଖଣିଜ ସମ୍ପଦ ଲୁଟ ହେବା ସଙ୍ଗେ ସଙ୍ଗେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନି ଘଟି ଚାଲିଛି । ଗଜପତି ଜିଲ୍ଲାର ମୋହନା ତହସିଲ ଅଧିନସ୍ଥ ଖସଡ଼ା ଠାରୁ ସଂଯୁକ୍ତ ଆର ଉଦୟଗିରିର ଅଞ୍ଜରବା ଗ୍ରାମ ଦେଇ ପ୍ରବାହିତ ରାମ ନଦୀର ବିଭିନ୍ନ ସ୍ଥାନରେ ଗଢିଉଠିଛି ବେଆଇନ ବାଲି ଖାଦାନ । ଅଞ୍ଜରବା ଗ୍ରାମର କିଛି ଯୁବକ ନଦୀ ମଧ୍ୟରେ ଜେସିବି ଦ୍ବାରା ବାଲି ଉତ୍ତୋଳନ କରି ପ୍ରତି ଟ୍ରାକ୍ଟର ପିଛା ୫୦୦-୮୦୦ ଟଙ୍କାରେ ବିକ୍ରି କରୁଥିବାବେଳେ କୌଣସି ରୟାଲଟି ଦେବାକୁ ପଡୁନଥିବା କହିଛନ୍ତି ବାଲି ଟ୍ରାକ୍ଟର ଡ୍ରାଇଭର ।

- Advertisement -

ଦୈନିକ ଶହ ଶହ ଟ୍ରାକ୍ଟର ଅଞ୍ଜରବା ଗ୍ରାମ ଦେଇ ବାଲିକୁ ବାହାରକୁ ଚାଲାଣ ହେଉଥିବାବେଳେ ଗ୍ରାମର କିଛି ଯୁବକ ବାଲି ବିକ୍ରିକୁ ଏବେ ଅର୍ଥ ଉପାର୍ଜନର ମାଧ୍ୟମ ରୁପେ ବାଛି ନେଇଛନ୍ତି  । ଅନ୍ୟପଟେ ନଦୀ ଗର୍ଭରୁ ବାଲି ମାତ୍ରାଧିକ ଭାବେ ଉତ୍ତୋଳନ ଯୋଗୁଁ ନଦୀ ଦୁଇ ପାର୍ଶ୍ଵ କୁଳର ମାଟି ଅତଡା ଧସି ବିପଦ ପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବାକୁ ବସିଲାଣି । ଯାହାକୁ ନେଇ ଭୟଭୀତ ଓ ଆତଙ୍କିତ ହୋଇପଡିଛନ୍ତି ନଦୀ ତଟବର୍ତ୍ତୀରେ ବସବାସ କରୁଥିବା ଡିମ୍ବିରିସାହି, ଡେରବା, କମଳାପୁର, କୁମୁଳୁସିଂ, ବୁରୁପଦା, ଜାରପଡା, ଡାବରାଗୁଡା, ଗୟଳମେରା, ବାଲିମୁଳି,କଳାପଙ୍ଗା, ସନ୍ତରାସାହି , କରଞ୍ଜସାହିର ଗ୍ରାମବାସୀ ।

ଆଜକୁ ଦୁଇ ମାସ ତଳେ କିଛି ଗ୍ରାମବାସୀ ଜିଲ୍ଲା ଲଘୁଖଣିଜ ସଂପଦ ଅଧିକାରୀଙ୍କୁ ଜଣାଇବା ପରେ କେବଳ ଗୋଟିଏ ଦିନ ଚଡାଉ କରି ହାତ ଗଣତି ଟ୍ରାକ୍ଟର ମାଲିକଙ୍କ ଠାରୁ ଜରିମାନା ଆଦାୟ କରିଥିଲେ । ତେବେ ରାମନଦୀରୁ ବେଆଇନ ବାଲି ଉତ୍ତୋଳନ ଚାଲିଥିବାବେଳେ ଘଟଣାସ୍ଥଳରେ ଥିବା ଜେସିବି ଅପରେଟର ସଞ୍ଜୀବ କୁମାର ଭୁଆଁଙ୍କୁ ପଚାରିବାରୁ ବାଲି ଚାରିଆଡେ ଅଭାବ ଯୋଗୁଁ ଉନ୍ନୟନ କାମପାଇଁ ବାଲି ନେବାକୁ ଆସିଥିବା କହିଛନ୍ତି । ଅଞ୍ଜରବା ଗ୍ରାମର ସଂପୃକ୍ତ ଯୁବକ ଜଣଙ୍କୁ ପଚାରିବାରୁ ନଦୀ ଉପର ମୁଣ୍ଡରେ କୁମୁଳିସିଂଠାରେ ଜିରାଙ୍ଗ ପଞ୍ଚାୟତର ଲୋକେ ବର୍ଷ ବର୍ଷ ଧରି ବେଆଇନ ବାଲି ଉତ୍ତୋଳନ କରିଆସୁଛନ୍ତି କିନ୍ତୁ ଏହାକୁ ରୋକିବା ପାଇଁ ଆର ଉଦୟଗିରି ତହସିଲଦାରଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲା । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଗ୍ରାମର ଯୁବଗୋଷ୍ଠୀ ବାଧ୍ୟ ହୋଇ ଆଉ ଏକ ବାଲି ଘାଟ ନିର୍ମାଣ କରିବା ସହ ଟ୍ରାକ୍ଟର ପିଛା ଟଙ୍କା ଆଦାୟ କରୁଥିବା ସ୍ବୀକାର କରିଛନ୍ତି ଗ୍ରାମର ଅଜୟ ମାଝୀ କହିଛନ୍ତି ।

ବାଲିଘାଟରୁ ଯେଉଁ ଟଙ୍କା ଆଦାୟ ହେଉଛି ଗାଁ କଲ୍ୟାଣ ପାଣ୍ଠିରେ ମିଶାଉଥିବା ଗ୍ରାମର ସଲମନ ମାଝୀ କହିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ସମ୍ପର୍କରେ ପଚାରିବା ପାଇଁ ଆର୍ ଉଦୟଗିରି ତହସିଲଦାର ଜ୍ୟୋର୍ତିମୟ ଦାଶଙ୍କୁ ଫୋନ ଯୋଗେ ସମ୍ପର୍କ କରିବା ପରେ ମଧ୍ୟ କୈଣସି ପ୍ରତିକ୍ରିୟା ମିଳିପାରିନାହିଁ । ଜିଲ୍ଲା ଲଘୁ ଖଣିଜ ସମ୍ପଦ ଅଧିକାରୀ ଡିପେନ୍ ପରିଡାଙ୍କୁ ଏ ସମ୍ପର୍କରେ ପଚାରିବାରୁ ଜିଲ୍ଲାରେ ମାତ୍ର ଜଣେ ମଧ୍ୟ ଅଧିକାରୀ ଥିବା ହେତୁ ବାଲି ଉତ୍ତୋଳନ ସ୍ଥାନରେ ପହଞ୍ଚିବା ସମ୍ଭବ ହୋଇପାରୁନାହିଁ । ଖବର ମିଳିଲେ ଚଡାଉ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories