www.samajalive.in
Tuesday, December 9, 2025
15.1 C
Bhubaneswar

ଯୁବତୀଙ୍କ ଫେକ ଆଇଡି ତିଆରି କଲେ ଯୁବକ, ଅଶ୍ଳୀଳ ଫଟୋକୁ ବ୍ୟବହାରସହ ଧମକ ଦେଇଥିବା ଅଭିଯୋଗରେ ଗଲେ ଜେଲ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ଫଟୋକୁ ଅଶ୍ଳୀଳ ଭାବେ ତିଆରି କରିବା ସହ ଫେକ ଆଇଡି କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଜେଲ ଯିବାକୁ ପଡିଛି । ଜେଲ ଯାଇଥିବା ଯୁବକ ଜଣକ ହେଲେ ପାଟଣାଗଡର ଶେଷଦେବ  ମେହେର ।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ବେଲପଡା ଅଞ୍ଚଳର ଆସି କଣ୍ଟାବାଞ୍ଜି ସହରରେ ରହୁଥିବା ଜଣେ ଯୁବତୀ ନିଜ ଫଟୋକୁ ଅଜଣା ଯୁବକ ଅଶ୍ଳୀଳ ଭାବେ ଭାବେ ତିଆରି କରିଥିବା ଜାଣିବାକୁ ପାଇଥିଲେ। ସେହି ଫଟୋ ଯୁବତୀଙ୍କ ସମ୍ପର୍କୀୟ ମାନଙ୍କୁ ପଠାଇବା ସହ ସୋସିଆଲ ମିଡିଆରେ ଫଟୋକୁ ବ୍ୟବହାର କରି ଏକ ଆଇଡି ତିଆରି କରିଥିଲା।  ସେହି ଆଇଡିରେ ଯୁବତୀଙ୍କୁ ମେସେଜ କରିବା ସହ ଧମକ ଦେଇଥିବା ଏତଲାରେ ଯୁବତୀ ଦର୍ଶାଇଛନ୍ତି । ପୁଲିସ ଏତଲାକୁ ଗ୍ରହଣ କରିବା ପରେ ପାଟଣାଗଡ ଅଞ୍ଚଳର ସହଦେବ ମେହେରକୁ ଥାନାରେ ଅଟକ ରଖି ଅଧିକ ପଚରା ଉଚରା ପରେ ସେ ଏହି ସବୁ କାମ କରିଥିବା ଜାଣିପାରିଥିଲା।
ପୁଲିସ ଆଇପିସି ଧାରା ୧୮୬୦ରେ ୨୯୨ – ଏ (ଏ) , ୫୦୬ , ଆଇଟି ଆକ୍ଟ ୨୦୦୦ ରେ ୬୭ ଏବଂ ୬୭ (ଏ) ରେ ମାମଲା ରୁଜ ପରେ କୋର୍ଟ ଚାଲାଣ କରିଛି । ତେବେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀର ହାଜତକୁ ପଠେଇ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories