ଅମ୍ପାଭାଲିରେ ଝାଡ଼ାବାନ୍ତି, ୨୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ

ଅମ୍ପାଭାଲିରେ ଝାଡ଼ାବାନ୍ତି, ୨୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ

ପଟାଙ୍ଗି: କୋରାପୁଟ ଜିଲାର ଆନ୍ଧ୍ର ଓଡ଼ିଶା ସୀମାବର୍ତ୍ତୀ ପଟାଙ୍ଗି ବ୍ଳକ ଅନ୍ତର୍ଗତ ଅମ୍ପାଭାଲି ଗ୍ରାମରେ ତିନିଦିନ ହେଲା ଝାଡ଼ାବାନ୍ତି ବ୍ୟାପିଥିବା ଜଣାପଡ଼ିଛି। ଏଥିରେ ୨୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡ଼ିଛି। ଗ୍ରାମର ଗୋଲରୀ ପତି, ଅନଗିଲ ଆପାନା, ଅନଗିଲ ମୁତଲି, ଗୋଲରୀ ସିମାମୀ, ରସବୋଇ ତିନ୍ଦ୍ରାୟା, ରସବୋଇ ସିନାଲୁ, ରସବୋଇ ପୁନାଲୁ, ପାନ୍ଦି କ୍ରିଷ୍ଣା, ପାନ୍ଦି ରାଧିକା, ଗୋଲରୀ ଚମ୍ପା, ଗୋଲରୀ ସୁଚିତ୍ରା, ଗୋଲରୀ କନାୟା ପ୍ରମୁଖ ଝାଡ଼ାବାନ୍ତିରେ ଆକ୍ରାନ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ ରସବୋଇ ପୁନାଲୁ ଆନ୍ଧ୍ରପ୍ରଦେଶର ସାଲୁର  ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ପାନ୍ଦି ରାଧିକା ଆନ୍ଧ୍ରର ଆରକୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

prayash

ଏ ସମ୍ପର୍କରେ ପଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା ଭାଗବତ ମୁର୍ମୁ ଖବର ପାଇ ଅମ୍ପାଭାଲି ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି। ଡାକ୍ତରଙ୍କ ସହ ଫାର୍ମାସିଷ୍ଟ ପ୍ରିୟଙ୍କା ମିସ୍ତ୍ରୀ, ଅନ୍ୟ ସ୍ବାସ୍ଥ୍ୟ କର୍ମୀ ସେଠାକୁ ଯାଇଛନ୍ତି। ବ୍ଳିଚିଂ ପାଉଡର ‌ଓ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଔଷଧ ନିଆଯାଇଥିବା ଡାକ୍ତର କହିଛନ୍ତି। ଅମ୍ପାଭାଲି ଆଶାଦିଦି ଏବଂ ଏକତା ପକ୍ଷରୁ ଘରଘର ବୁଲି ଆକ୍ରାନ୍ତଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଅମ୍ପାଭାଲି ଆନ୍ଧ୍ର ଓଡ଼ିଶା ସୀମାରେ ଥିବାବେଳେ ଏହି ଅଞ୍ଚଳ ପ୍ରତି ଅବହେଳା ଯୋଗୁଁ ଅଞ୍ଚଳବାସୀ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇ ପାରୁ ନ ଥିବା ଆଲୋଚନା ହେଉଛି।

Comments are closed.