ଲଡୁଗାଁ ପଞ୍ଚାୟତରେ ତାଲା ପକାଇଲେ ହିତାଧିକାରୀ ବାରମ୍ଵାର ପିଡିଏସ୍ ଅନିୟମିତତା ଅଭିଯୋଗ

ଲଡ଼ୁଗାଁ : ଅନେଗୁଡ଼ିଏ ହେରଫେର ଓ ଅନିୟମିତତାକୁ ନେଇ ଲଡୁଗାଁ ପଞ୍ଚାୟତ ଚର୍ଚ୍ଚାକୁ ଆସିଥାଏ । ପୁଣିଥରେ ଏହି ପଞ୍ଚାୟତ ଚର୍ଚ୍ଚାକୁ ଆସିଛି । କୋକସରା ବ୍ଳକ ଲଡୁଗାଁ ପଞ୍ଚାୟତ ରେ ପୁଣିଥରେ ଅନିୟମିତତା ହେଉଥିବା କାରଣରୁ ଶୁକ୍ରବାର ହିତାଧିକାରୀ ମାନେ ପଞ୍ଚାୟତ କାର୍ୟ୍ୟାଳୟରେ ତାଲା ପକାଇ ଦେଇଥିଲେ। ଏହାସହ ଅଫିସ୍ ସମ୍ମୁଖରେ ଏହାର ପ୍ରତିବାଦ ମଧ୍ୟ କରିଥିଲେ।

ସୂଚନାଯୋଗ୍ୟ ଯେ ପଞ୍ଚାୟତରେ ୨୮୧୯ ଜଣ ରାସନ୍ କାର୍ଡ ହିତାଧିକାରୀ ରହିଥିବାବେଳେ ସେମାନଙ୍କ ପାଇଁ ପ୍ରତି ମାସ ୫୧୯.୬୫ କୁଇଣ୍ଟାଲ ଚାଉଳ ମଞ୍ଜୁର ହେଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଜାନୁଆରୀ ଠାରୁ ଏପ୍ରିଲ ମାସ ପର୍ୟ୍ୟନ୍ତ ୪ମାସର ଚାଉଳ ବଣ୍ଟନରେ ବିଳମ୍ବ ଓ କିଛି ହିତାଧିକାରୀଙ୍କୁ ସେପ୍ଟେମ୍ବର ମାସଠାରୁ ଡିସେମ୍ବର ମାସର ଚାଉଳ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଶୁକ୍ରବାର ସାମାଜିକ କର୍ମୀ ପ୍ରଧାନୀ ବାଗଙ୍କ ନେତୃତ୍ୱରେ ହିତାଧିକାରୀ ମାନେ ପଞ୍ଚାୟତ କାର୍ୟ୍ୟାଳୟରେ ତାଲା ପକାଇ ଦେଇଥିଲେ।

prayash

ପଞ୍ଚାୟତରେ କାର୍ୟ୍ୟ ନିର୍ବାହୀ ଅଧିକାରୀ ମାନସ ବେଣୁପାଣି ରହିଥିବା ବେଳେ ଦୀର୍ଘ ସମୟ ପରେ କୋକସରା ପୋଲିସ ପହଞ୍ଚି ହିତାଧିକାରୀ ମାନଙ୍କୁ ବୁଝାସୁଝା କରିବା ପରେ କାର୍ୟ୍ୟାଳୟ ବାଟ ଫିଟିଥିଲା । ଏହାପରେ ବ୍ଳକ ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ ପହଞ୍ଚିବା ସହ ଉପସ୍ଥିତ ହିତାଧିକାରୀ ମାନଙ୍କ ସହ କିଭଳି ଏହର ସମାଧାନ କରାଯିବ ସେ ନେଇ ଆଲୋଚନା କରି ଦିନେ ଦୁଇ ଦିନ ମଧ୍ୟରେ ସମସ୍ତ ହିତାଧିକାରୀଙ୍କ ଚାଉଳ ବଣ୍ଟନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଏହାପରେ ହିତାଧିକାରୀମାନେ ଆନ୍ଦୋଳନରୁ ଓହରି ଯାଇଥିଲେ । ଏହି ପ୍ରତିବାଦ ସମୟରେ ପ୍ରଧାନୀ ବାଗ ସମେତ ଛନ୍ଦା ଚରଣ କୁମାର, ସଚୀନ ନାଏକ, ବଜରଙ୍ଗ ପାଣିଗ୍ରାହୀ, ମକରଧ୍ବଜ ରାଉତ, ଘନଶ୍ୟାମ ପାନ, ମନୋଜ ନାଗ, ନରେଶ ରାଉତ, ରୋଶନ ଛତ୍ରିଆ, ହିତାଧିକାରୀ ଚଞ୍ଚଲା ବାଗ, ହେମଲତା ବାଗ ସହ ଅନେକ ହିତାଧିକାରୀ ଓ ସାମାଜିକ କର୍ମୀ ଉପସ୍ଥିତ ରହିଥିଲେ ।

Comments are closed.