www.samajalive.in
Tuesday, December 9, 2025
17.1 C
Bhubaneswar

ସାଂସଦ ପଦ ଫେରିପାଇଲେ ଅଫ୍‌ଜଲ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ବିଏସ୍‌ପି ନେତା ଅଫ୍‌ଜଲ ଆନ୍‌ସାରୀ ତାଙ୍କର ଲୋକସଭା ସଦସ୍ୟ ପଦ ଫେରିପାଇଛନ୍ତି। ଶୁକ୍ରବାର ଲୋକସଭା ସଚିବାଳୟ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି। ଏକ ଅପହରଣ ଓ ହତ୍ୟା ମାମଲାରେ ଏମପି/ଏମଏଲଏ ଅଦାଲତ ତାଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୪ ବର୍ଷ କାରାଦଣ୍ଡାଦେଶ ସମେତ ୧ ଲକ୍ଷ ଟଙ୍କା ଜୋରିମାନା ଲାଗୁ କରିଥିଲେ। ଫଳରେ ୨୦୨୩ ମେ’ ୧ରେ ଅଫଜଲଙ୍କ ସାଂସଦ ପଦ ରଦ୍ଦ କରାଯାଇଥିଲା। ଏହାର ପ୍ରତିବାଦରେ ସେ ପ୍ରଥମେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ଏବଂ ପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ।

ବିଚାରପତି ସୂର୍ଯ୍ୟକାନ୍ତ, ଦୀପଙ୍କର ଦତ୍ତ ଏବଂ ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ସର୍ବୋଚ୍ଚ ନ୍ୟାୟାଳୟ ପୀଠ ଗତ ଡିସେମ୍ବରରେ ମାମଲାର ଶୁଣାଣି କରି ସର୍ତ୍ତମୂଳକ ଭାବେ ଅଫ୍‌ଜଲଙ୍କ ସାଂସଦ ପଦ ଫେରାଇବାକୁ ନିର୍ଦେଶ ଦେଇଛନ୍ତି। ତଦନୁଯାୟୀ ଅଫଜଲ ଲୋକସଭା କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେନି। ଗୃହରେ ଭୋଟ ଦେବାର କ୍ଷମତା ରହିବନି କିମ୍ବା ସେ କୌଣସି ପ୍ରକାର ଭତ୍ତା ପାଇବେନି ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ତେବେ ଅଫଜଲ ଆଗାମୀ ଲୋକସଭା ନିର୍ବାଚନ ଲଢିପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଅଫଜଲ ଉତ୍ତର ପ୍ରଦେଶର ଗାଜିପୁର ଆସନରୁ ଲୋକସଭାକୁ ପ୍ରତିନିଧିତ୍ବ କରୁଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories