ଅଙ୍ଗନବାଡିରେ ପିଲାଙ୍କୁ ମିଳୁଛି ଫାଳେ ଅଣ୍ଡା – ଧାରଣାରେ ବସିଲେ ଗ୍ରାମବାସୀ

ବୌଦ୍ଧ- ବୌଦ୍ଧ ଜିଲ୍ଲା ଟିକରପଡା ପଞ୍ଚାୟତର ଫୁରୁଡା ଅଙ୍ଗନୱାଡି କେନ୍ଦ୍ରରେ ଅନିୟମିତତା ଅଭିଯୋଗ କରି ଗ୍ରାମବାସୀ ବୁଧବାର ଦିନ ଅଙ୍ଗନୱାଡି କେନ୍ଦ୍ର ଆଗରେ ଧାରଣା ଦେବା ସହ ଅଙ୍ଗନୱାଡି କର୍ମୀଙ୍କୁ ବହିଷ୍କାର ଦାବି କରିଛନ୍ତି । ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁଯାୟୀ ଅଙ୍ଗନୱାଡି କେନ୍ଦ୍ରର କର୍ମୀ କେନ୍ଦ୍ରକୁ ଠିକ ଭାବେ ଆସୁନଥିବା ବେଳେ ପିଲାମାନଙ୍କୁ ଗୋଟିଏ ଅଣ୍ଡା ବଦଳରେ ଫାଳେ ଦେଉଥିବା ଅଭିଯୋଗ ହୋଇଛି । କେନ୍ଦ୍ରକୁ ମାତ୍ର ୩ରୁ ୪ ଜଣ ପିଲା ଆସୁଥିବା ବେଳେ କର୍ମୀ ପୁରା ପିଲା ଉପସ୍ଥାନ ପକାଉଥିବା ଅଭିଯୋଗ କରିଛନ୍ତି ।

prayash

ଅଙ୍ଗନୱାଡି କେନ୍ଦ୍ରକୁ ଯାହା ଜିନିଷ ଆସୁଛି କର୍ମୀ ନିଜ ଘରେ ରଖୁଥିବା ବେଳେ ପିଲାଙ୍କୁ ପାଠ ପଢାଉ ନଥିବା ଅଭିଯୋଗ କରିଛନ୍ତି । ଗ୍ରାମବାସୀ ମାନେ ଏ ନେଇ ପୁର୍ବରୁ ସୁପରଭାଇଜର ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କଥା କହିଛନ୍ତି । ଅଙ୍ଗନୱାଡି କେନ୍ଦ୍ରର କର୍ମୀଙ୍କୁ ତୁରନ୍ତ ୭ ଦିନ ଭିତରେ ବହିଷ୍କାର କରିବା ଦାବୀରେ କେନ୍ଦ୍ର ଆଗରେ ଧାରଣରେ ବସିଛନ୍ତି । ଏହା ସ୍ୱତ୍ତେ ଯଦି ପ୍ରଶାସନ ପକ୍ଷରୁ ଏହା ଉପରେ କିଛି ପଦକ୍ଷେପ ନିଆନଯାଏ ଆଗାମୀ ଦିନରେ କେନ୍ଦ୍ରରେ ତାଲା ପକାଇବାକୁ ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି ।

Comments are closed.