ମାଆକୁ ହତ୍ୟା, ଝିଅକୁ ଗୁରୁତର ଆକ୍ରମଣ ମାମଲାରେ ଆଜୀବନ କାରାଦଣ୍ଡାଦେଶ

କାମାକ୍ଷାନଗର- କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଦୌରାଜଜ ଏକ ହତ୍ୟାକାଣ୍ଡର ବିଚାର କରି ଅଭୁଯୁକ୍ତକୁ ଆଜୀବନ କାରାଦଣ୍ଡ ପାଇଁ ନିର୍ଦେଶ ଦେଇଛନ୍ତି । ସୂଚନା ମୁତାବକ ଭୁବନ ଥାନା ଅନ୍ତର୍ଗତ ଅସୁରବନ୍ଧ ଗ୍ରାମର ଅଭିମନ୍ୟୁ ମଳିକ ଗତ ୨୦୨ ମସିହା ଅଗଷ୍ଟ ୨୩ ତାରିଖ ରାତିରେ ନିଜ ଜମିକୁ ଷଣ୍ଢ ଘଉଡ଼ାଇବାକୁ ବାପାଙ୍କ ସହିତ ଯାଇଥିଲେ ।

prayash

ଘରେ ନିଜ ପତ୍ନୀ ଲିଲି, ଝିଅ ଅନ୍ୟ ଏକ ଝିଅ ଅମିଶା ଥିଲେ । ରାତି ଦଶଟା ସମୟରେ ଗ୍ରାମର ଗାୟକ ମଳିକ ଜମିରେ ପହଞ୍ଚି ତାଙ୍କ ପତ୍ନୀକୁ ଅଭିମନ୍ୟୁଙ୍କ ଭାଇ ରବୀନ୍ଦ୍ର ହତ୍ୟା କରିଥିବାର କହିଥିଲେ । ଅଭିମନ୍ୟୁ ଘରେ ପହଞ୍ଚି ପତ୍ନୀ ଲିଲିଙ୍କ ବେକରୁ ରକ୍ତ ସ୍ରାବ ହେଉଥିବା ବେଳେ ଝିଅ ଅମିଶା ମୁଣ୍ଡରେ ଆଘାତ ଲାଗିଥିବେ ଦେଖିଥିଲେ ।

ଉଭୟଙ୍କୁ ଆମ୍ବୁଲାନ୍ସ ସେବା ଯୋଗେ ଭୁବନ ଡାକ୍ତରଖାନରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ଲିଲିଙ୍କୁ ମୃତ ଘୋଷଣା କରିଥିଲେ । ଏ ସଂକ୍ରାନ୍ତରେ ଅଭିମନ୍ୟୁ ଥାନାରେ ଲିଖିତ ଏତେଲା ଦେଇଥିଲେ । ଏହି ଏତେଲାକୁ ଭିତ୍ତି କରି ପୁଲିସ ତଦନ୍ତ କ୍ରମରେ ଅଭିଯୁକ୍ତ ରବୀନ୍ଦ୍ର ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ ମଧୁମିତା ମହାନ୍ତି ଉପଯୁକ୍ତ ସାଖ୍ୟ ପ୍ରମାଣ କୁ ଆଧାର କରି ଅଭିଯୁକ୍ତ ରବୀନ୍ଦ୍ର କୁ ଆଜୀବନ କାରାଦଣ୍ଡ ନିର୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଆଇନଜୀବୀ ଦେବରାଜ ବେହେରା ମାମଲା ପରିଚାଳନା କରୁଥିଲେ ।

Comments are closed.