ଅତାବିରା ମହାବିଦ୍ୟାଳୟରେ ୩୧ ଜଣ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ – ବାସିଖାଦ୍ୟ ଯୋଗୁଁ ଏପରି ହୋଇଥିବା ଅଭିଯୋଗ
ରେଙ୍ଗାଲିକ୍ୟାମ୍ପ- ବରଗଡ଼ ଜିଲ୍ଲା ଅତାବିରା ମହାବିଦ୍ୟାଳୟ ଭିତରେ ରହିଥିବା ଛାତ୍ରୀ ନିବାସ ରେ ବାସୀ ଖାଦ୍ୟ ଖାଇ ୩୧ ଜଣ ଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଶନିବାର ସକାଳେ ରନ୍ଧା ଯାଇଥିବା ଖାଦ୍ୟ ଖରାପ ହୋଇଯାଇଥିଲା , ଏହାକୁ ପୁଣି ସନ୍ଧ୍ୟା ସମୟରେ ଦିଆଯିବାରୁ ଏପରି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି । ରବିବାର ସକାଳେ ଅନେକ ଛାତ୍ରୀ ପେଟ ଯନ୍ତ୍ରଣାର ଶିକାର ହୋଇଥିଲେ । ସେମାନଙ୍କ ପେଟ ଖରାପ ହେବା ସହ ଝାଡା ବାନ୍ତି ହୋଇଥିଲା । ଅଭିଭାବକମାନଙ୍କୁ ଜଣାଇବା ପରେ ସେମାନେ ସେଠାରେ ପହଞ୍ଚିଥିଲେ ।
ଏ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବାପରେ ସେମାନଙ୍କୁ ଘରକୁ ନେଇଯିବା ପାଇଁ କହିଥିବା ଅଭିଭାବକମାନେ କହିଛନ୍ତି ।
ହଷ୍ଟେଲ୍ରେ ଆବଶ୍ୟକୀୟ କର୍ମଚାରୀ ନଥିବା ଏବଂ ଠିକ୍ ଭାବେ ଦାୟୀତ୍ୱ ସମ୍ପନ୍ନ କରାଯାଉ ନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଛାତ୍ରୀମାନଙ୍କର ଚିକିତ୍ସା କରାଯାଇଥିବା ସୂଚନା ମିଳିଛି ।
Comments are closed.