ଏକ କିଲୋ ୨୭.୫୦ଟଙ୍କା, ବଜାରରେ ଉପଲପବ୍ଧ ହେଲା ଭାରତ ଅଟା-କେନ୍ଦ୍ର ସରକାରଙ୍କ ଦ୍ୱରା ଆରମ୍ଭ ହୋଇଛି ଏହି ଯୋଜନା
ନୂଆଦିଲ୍ଲୀ- କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଯୋଜନା ଅନୁସାରେ ଏବେ ଖାଉଟିଙ୍କୁ ଏକ କିଲୋ ପ୍ରତି୨୭.୫୦ ପଇସାରେ ଭାରତ ଅଟା ଯୋଗାଇ ଦିଆଯିବ । ସାରା ଦେଶରେ ୮୦୦ରୁ ଅଧିକ ମୋବାଇଲ୍ ଭ୍ୟାନ୍ ଏବଂ ୨,୦୦୦ ଅଧିକ ଦୋକାନାରେ ଏହା ଉପଲବ୍ଧ ହେବ । ଦୀପାବଳୀ ପୂର୍ବରୁ ମହଙ୍ଗାମାଡରୁ ସାଧାରଣ ଲୋକଙ୍କୁ ତ୍ରାହି ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଯୋଜନା ଆରମ୍ଭ କରାଯାଇଛି । କେନ୍ଦ୍ର ଖାଦ୍ୟ ଏବଂ ଉପଭୋକ୍ତା ମନ୍ତ୍ରୀ ପୀୟୁଷ ଗୋୟଲ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଏହି ଯୋଜନାକୁ ଆରମ୍ଭ କରିଛନ୍ତି ।
ବଜାରରେ ଏବେ ଅଟା କିଲୋ ତିରିଶ ଟଙ୍କାରୁ ଅଧିକ । ବ୍ରାଣ୍ଡେଡ୍ ଅଟା ଏବଂ କିଲୋ ପ୍ରତି ୪୦ରୁ ୫୦ ଟଙ୍କା । ସରକାରଙ୍କୁ ପକ୍ଷରୁ ଏବେ ବଜାରରେ ଭାରତ ଅଟାର ୧୦ କିଲୋ ପ୍ୟାକେଟ୍ ଉପଲବ୍ଧ ହେବ । ଏହାର ଦାମ ପ୍ରତି ୧୦ କିଲୋ ପ୍ୟାକେଟ୍ ୨୭୫ ଟଙ୍କା ରହିଛି । ପ୍ରତିକିଲୋ ଏହାର ଦାମ ୨୭.୫୦ ଟଙ୍କା ରହିଛି । ଏହି ଅଟା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରାକାରଙ୍କ ପକ୍ଷରୁ ଅଢେଇ ଲକ୍ଷ ଟନ୍ ଗହମ ଯୋଗାଇ ଦିଆଯାଇଛି ।
ଏହା ପୂର୍ବରୁ ସରକାଙ୍କ ପକ୍ଷରୁ ଭାରତ ଡାଲ୍ ନାମକ ଶସ୍ତା ଚଣା ଡାଲି ବିକ୍ରି କରାଯାଉଛି । ଏହାର ଏକ କିଲୋ ପ୍ୟାକେଟ୍ ମିଳୁଥିବା ବେଳେ , କିଲୋପ୍ରତି ଏହାର ଦାମ ୬୦ ଟଙ୍କା ରହିଛି ।
ଓଡ଼ିଶାରେ ଥିବା ନାଫେଡ, କେନ୍ଦ୍ରୀୟ ଭଣ୍ଡାର ଏବଂ ଏନ୍ସିସିଏଫ୍ ଏଜେନ୍ସିକୁ ସାପ୍ତାହିକ ୨.୫ ଲକ୍ଷ ମେଟ୍ରିକ ଟନ ଗହମ କିଲୋଗ୍ରାମ ପିଛା ୨୧ଟଙ୍କା ୫୦ ପଇସା ହିସାବରେ ଯୋଗାଇ ଦିଆଯିବ। ଏଜେନ୍ସିଗୁଡିକ ଗହମକୁ ପ୍ରକ୍ରିୟାକରଣ କରି ଭାରତ ଅଟା ବ୍ରାଣ୍ଡରେ ଅଟା କିଲୋଗ୍ରାମ ପିଛା ୨୭ଟଙ୍କା ୫୦ ପଇସାରେ ଖୋଲା ବଜାରରେ ବିକ୍ରି କରିବେ। ଏଜେନ୍ସିଗୁଡିକ ନିର୍ଦ୍ଧାରିତ ଦରରୁ ଗୋଟିଏ ଟଙ୍କା ଗ୍ରାହକଙ୍କ ପାଖରୁ ଅଧିକ ମୂଲ୍ୟ ନେଇପାରିବେ ନାହିଁ। ନାଫେଡ୍, କେନ୍ଦ୍ରୀୟ ଭଣ୍ଡାର ଏବଂ ଏନ୍ସିସିଏଫ୍ ଦୋକାନ ଗୃହ କମ ଥିବାରୁ ଖୋଲା ବଜାରରେ ଲୋକଙ୍କୁ ଭାରତ ଅଟା ଉପଲବ୍ଧ କରାଇବା ପାଇଁ ଏଜେନ୍ସିଗୁଡିକ ଭ୍ୟାନ ମାଧ୍ୟମରେ ଅଟା ବିକ୍ରି କରାଯିବ ।
ଏଥିସହିତ ମଇଦା ଏବଂ ସୁଜି ଉପରେ କଳାବଜାର ହେଉଥିବା ଅଭିଯୋଗ ହେଉଥିବାରୁ ଖାଦ୍ୟ ନିଗମ ଏହା ଉପରେ ନଜର ରଖିଛି। ଦର ଉପରେ ପ୍ରତି ସପ୍ତାହରେ ସମୀକ୍ଷା କରାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଭାରତୀୟ ଖାଦ୍ୟ ନିଗମ ପକ୍ଷରୁ ସାପ୍ତାହିକ ଖୋଲା ବଜାରରେ ୭ ହଜାର ମେଟ୍ରିକ ଟନ ଅଟା ବିକ୍ରି କରାଯାଉ ଥିବାବେଳେ ଗତ କିଛି ମାସ ହେବ ୧୦ ହଜାର ମେଟ୍ରିକ ଟନକୁ ବୃଦ୍ଧି କରାଯାଇଥିଲା।
Comments are closed.