nua o banner

ବାଲେଶ୍ବର ଘଟଣାର ପୁନରାବୃତି: ଓଡିଶା ଆନ୍ଧ୍ର ସୀମାରେ ୩ ରେଳ ଦୁର୍ଘଟଣାରେ ୧୫ ମୃତ

BJD Bijuli 480×75 Mob

ମାଲକାନଗିରି: ବାଲେଶ୍ବର ଘଟଣାର ପୁନରାବୃତି ଘଟିଛି। ଓଡିଶା ଆନ୍ଧ୍ର ସୀମାରେ ୩ ରେଳ ମଧ୍ୟରେ ଦୁର୍ଘଟଣାରେ ୧୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି।

ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲାର ଆଲମଣ୍ଡା ଓ କାଣ୍ଟାପାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ବିଶାଖାପାଟଣା ଠାରୁ ରାୟଗଡା ଆସୁଥିବା ଏକ୍ସପ୍ରେସ ଟ୍ରେନ ସିଗନାଲ ନପାଇବାରୁ ଆଲମଣ୍ଡା ନିକଟରେ ଅଟକି ରହିଥିଲା। ଠିକ ପଲସା ଠାରୁ ବିଶାଖାପାଟଣା ଆସୁଥିବା ପାସେଞ୍ଜର ଟ୍ରେନଟି ରାୟଗଡାରୁ ଆସିଥିବା ଏକ୍ସପ୍ରେସ ଟ୍ରେନକୁ ଧକ୍କା ଦେଇଥିଲ । ଏହାର କିଛି ମିନିଟ ମଧ୍ୟରେ ଅନ୍ୟ ଏକ ମାଲବାହି ଟ୍ରେନ ଆସି ଉଭୟ ଟ୍ରେନକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ବର୍ତ୍ତମାନ ସୁଧା ୧୫ଟି ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ତେବେ ବିଶାଖାପାଟଣାରୁ ସ୍ବତନ୍ତ୍ର ରେସକ୍ୟୁ ଟିମ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତାହତଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଅନୁମାନ କରାଯାଉଛି।

Comments are closed.