ମିଳିବ ସୁଫଳ- ଠାକୁର ପୂଜାର କିଛି ନିର୍ଦ୍ଦିଷ୍ଟ ନିୟମ

ଠାକୁର ପୂଜାର କିଛି ନିର୍ଦ୍ଦିଷ୍ଟ ନିୟମ
ଗୃହରେ ପ୍ରତିଦିନ ଠାକୁରଙ୍କ ପୂଜାର୍ଚ୍ଚନା ହୋଇଥାଏ । ଏହାର କେତୋଟି ସାଧାରଣ ନିୟମ ଅଛି ଯାହାକୁ ପାଳନ କରିବା ଦ୍ୱାରା ମଙ୍ଗଳ ହୋଇଥାଏ ।
ଶାସ୍ତ୍ର ଅନୁଯାୟୀ ଠାକୁରଙ୍କୁ ଗୃହରେ ଏପରି ରଖନ୍ତୁ, ଯେପରି ଭଗବାନଙ୍କ ମୁହଁ ପୁର୍ବ ଦିଗକୁ ହୋଇରହିବ ।

ଯେଉଁଠି ଘରେ ଠାକୁର ଥିବେ ସେଠାରେ ତାଙ୍କ ଉପରେ ଏକ ତୋରଣ ଟାଙ୍ଗିବା ଆବଶ୍ୟକ । ଏହା ଦ୍ୱାରା ଘରେ ସୁଖଶାନ୍ତି ଲାଗି ରହିବା ସହ ପରିବାରରେ ଆନନ୍ଦର ବାତାବରଣ ରହିଥାଏ ।

ଠାକୁର ରହୁଥିବା ସ୍ଥାନରେ କୌଣସି ଧାରୁଆ ଦ୍ରବ୍ୟ ରଖିବା ଉଚିତ ନୁହେଁ ।

prayash

ପୂଜା କରିବା ସମୟରେ ପାଟିତୁଣ୍ଡ କରିବା ଉଚିତ ନୁହେଁ । ଏହା ଦ୍ୱାରା ଘରେ ଧନର ହାନି ହୋଇଥାଏ ।

ଦୀପ ଲଗାଇଲା ବେଳେ ସେଥିରେ ଏକ କର୍ପୂର ଲଗାଇଲେ ଖୁବ ଶୁଭ ଫଳ ମିଳିଥାଏ ।

ବାସି ଘରଦ୍ୱାରା ସଫା କରିବା ପରେ ପୂଜା କଲେ ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ ।

ଠାକୁରଙ୍କ ନିକଟରେ ଏକ ଛୋଟ ପିତ୍ତଳ ଗ୍ଲାସରେ ପାଣି ରଖିବା ଉଚିତ ।

Comments are closed.