www.samajalive.in
Sunday, December 7, 2025
18.1 C
Bhubaneswar

ଜାଣନ୍ତୁ, ମା’ ସରସ୍ବତୀଙ୍କୁ କ’ଣ ପାଇଁ ଜ୍ଞାନର ଦେବୀ କୁହାଯାଏ

ମା’ ସରସ୍ବତୀଙ୍କ ପୂଜାର୍ଚ୍ଚନା ଖୁବ ଶ୍ରଦ୍ଧାର ସହ କରାଯାଇଥାଏ। ମାନ୍ୟତା ଅନୁଯାୟୀ, ମା’ ସରସ୍ବତୀଙ୍କ ପୂଜା କରିବା ଦ୍ବାରା ଜ୍ଞାନ ପ୍ରାପ୍ତି ହୋଇଥାଏ। କୁହାଯାଇଛି ଯେ, ମା’ ସରସ୍ବତୀ ନିଜ ଭକ୍ତଙ୍କର ଜୀବନରୁ ଅନ୍ଧକାର ଦୂର କରି ଆଲୋକ (ଜ୍ଞାନ) ପ୍ରକାଶିତ କରିଥାଆନ୍ତି। ଏହାଦ୍ବାରା ବ୍ୟକ୍ତିକୁ ନିଜ ଜୀବନର ପ୍ରକୃତ ଅର୍ଥ ଜଣା ପଡିଥାଏ। ମା’ ସରସ୍ବତୀଙ୍କୁ ଜ୍ଞାନର ଦେବୀ କୁହାଯାଏ। କୁହାଯାଇଥାଏ ଯେ, ମା’ଙ୍କ ଆଶୀର୍ବାଦ ମିଳିବା ଦ୍ବାରା ସମସ୍ତ ସଂଶୟ ନିବାରଣ ହୋଇଥାଏ।

ମା’ ସରସ୍ବତୀ ସଂଗୀତ ଶାସ୍ତ୍ରର ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି। ତାଳ, ସ୍ବର, ଲୟ, ରାଗ-ରାଗିନୀ ଇତ୍ୟାଦି ତାଙ୍କର ଦାନ ବୋଲି କୁହାଯାଇଥାଏ। ମା’ ସରସ୍ବତୀଙ୍କ ସ୍ମରଣ ମୋଟ ୭ଟି ସ୍ବରରେ କରାଯାଇଥାଏ। ଏହି କାରଣରୁ ତାଙ୍କୁ ସ୍ବରାତ୍ମିକ କୁହାଯାଏ।

- Advertisement -

ମା’ ସରସ୍ବତୀ ବୀଣା ବଜାଇଥାଆନ୍ତି। ତାଙ୍କର ବୀଣା ବାଦନରୁ ସଂଙ୍ଗୀତମୟ ଜୀବନ ଅତିବାହିତ କରିବାକୁ ପ୍ରେରଣା ମିଳିଥାଏ। ବୀଣା ବାଦନ କରୁଥିବା ସମୟରେ ମାନବ ଶରୀର ସ୍ଥିର ହୋଇଯାଏ। ବୀଣାରୁ ଉତ୍ପନ ହେଉଥିବା ସ୍ବର ଜୀବନରେ ମଧୁରତା ସୃଷ୍ଟି କରିଥାଏ। କୁହାଯାଇଛି ଯେ, ବ୍ରହ୍ବା, ବିଷ୍ଣୁ ଓ ମହେଶ୍ବର ମଧ୍ୟ ମା’ ସରସ୍ବତୀଙ୍କ ପୂଜା କରିଥାନ୍ତି। ସମସ୍ତ ବ୍ୟକ୍ତି ମା’ ସରସ୍ବତୀଙ୍କୁ ପୂଜା କରିବା ଦ୍ବାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories