BJD Bijuli 480×75 Mob

ଚୋରା ଦେଶୀମଦ କାରବାର ଉପରେ ଜିଲା ପ୍ରଶାସନର କଡ଼ା ନଜର

୪ ବିଭାଗ ପକ୍ଷରୁ ଏକକାଳୀନ ଚଢାଉ: ୪୫୦୦ କେଜି ପୋଚ, ୨୦୦ ଲିଟର ଦେଶିମଦ ନଷ୍ଟ

BJD Bijuli 480×75 Mob

ଫୁଲବାଣୀ:ଆଗକୁ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନା କରିବାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲାପାଳ ଏବଂ ଏସପିଙ୍କ ନିର୍ଦେଶ କ୍ରମେ ବିଭିନ୍ନ ବିଭାଗ ତତ୍ପର ହୋଇ ଉଠିଛନ୍ତି। ଆଜି ସକାଳୁ ସକାଳୁ ୪ ବିଭାଗ ପକ୍ଷରୁ ମିଳତ ଭାବେ ଖଜୁରିପଡ଼ା ଥାନା ଅନ୍ତର୍ଗତ ଗୁଦାରି ଅଞ୍ଚଳରେ ଚଢାଉ କରି ୪୫୦୦ କେଜି ପୋଚ ସହିତ ୨୦୦ ମିଲର ଦେଶୀମନ୍ଦି ନଷ୍ଟ କରାଯାଇଛି।

ପୁଲିସ୍ ବିଭାଗର ଡିଏସପି ସୁବ୍ରତ କୁମାର ବେହେରାଙ୍କ ନେତୃତରେ ଅବକାରୀ ଇନସିସ୍ପେକଟର ପୂର୍ଣ୍ଣ ଚନ୍ଦ୍ର ବେହେରା, ଏମଭିଆଇ ଶିବାନୀ ମାଝୀ, ବନବିଭାଗ ଏସିଏଫଙ୍କ ଏକ ଟିମ ସହିତ ୩୦ରୁ ଅଧିକ ଫୋର୍ସ ଏଥିରେ ସାମିଲ୍ ହୋଇ ଚଢାଉ କରିଥିଲେ। ଚଢାଉ ସମୟରେ ସେଠାରେ କେହି ନଥିଲେ। ଚଢାଉରେ ସାମିଲ୍ ଥିବା ଅଧିକାରୀ ଓ ଫୋର୍ସ ମଦ ତିଆରି ସମସ୍ତ ସାମଗ୍ରୀକୁ ପୋଡ଼ି ନଷ୍ଟ କରିଦେଇଥିବାର ଜଣାପଡ଼ିଛି। ଜବତ ହୋଇଥିବା ସମସ୍ତ ଜିନିଷର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୬୯ ହଜାର ଟଙ୍କା ହେବ ବୋଲି ଡିଏସପି ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଏନେଇ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଚାଲିଥିବା ବେଳେ ପ୍ରତିଦିନ ଏଭଳି ଭାବେ ଚଡାଉ ଜାରି ରହି ବୋଲି ମଧ୍ୟ ସମସ୍ତ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.