www.samajalive.in
Saturday, December 6, 2025
26.1 C
Bhubaneswar

ମୋଦୀ ସରକାର ପାଇଁ ଦେଶ ପ୍ରଥମ, ଦେଶର ସୁରକ୍ଷା-କେନ୍ଦ୍ର ବୈଦେଶିକ ମନ୍ତ୍ରୀ

ଭୁବନେଶ୍ବର:  ପାକିସ୍ତାନ ପଟୁ ଆସୁଥିବା ସୀମାପାର ଆତଙ୍କର ସମୁଚିତ ଜବାବ ଦିଆଯାଇଛି। ଚୀନ ସୀମାରେ ଆମ ଯବାନମାନେ ଜାଗତିଆର ରହିଛନ୍ତି। ଦେଶ ସୁରକ୍ଷା ନେଇ ମୋଦୀ ସରକାର କୌଣସି ସାଲିସ କରିବ ନାହିଁ। ମୋଦୀ ସରକାର ପାଇଁ ଦେଶ ପ୍ରଥମ, ଦେଶର ସୁରକ୍ଷା ପ୍ରଥମ ବୋଲି ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ପ୍ରକାଶ କରିଛନ୍ତି।

ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ଏସ.ଜୟଶଙ୍କରଙ୍କ ମନ୍ତବ୍ୟ ଦେଇ କହିଛନ୍ତି ଯେ ଓଡ଼ିଶା ପ୍ରାକୃତିକ ସମ୍ପଦ ଓ ପ୍ରତିଭାରେ ଭରପୁର। କ’ଣ ନାହିଁ ଓଡ଼ିଶାରେ, କିନ୍ତୁ ଓଡ଼ିଶା ସେ ଅନୁପାତରେ ବିକଶିତ କି? ଆଜିର ଓଡ଼ିଶାକୁ ଦେଖିଲେ ବିକାଶ ହୋଇଥିଲା ଭଳି ଲାଗୁଛି କି? ଓଡ଼ିଶାର କଳା, ସଂସ୍କୃତି କେତେ ସମୃଦ୍ଧ ତାହା କହିବା ଅନାବଶ୍ୟକ। କୋଣାର୍କ ଚକ୍ରକୁ ଜି-୨୦ରେ ସାମିଲ କରାଯିବା ତାର ନିଦର୍ଶନ। ଏତେ ସବୁ ଥାଉ ଥାଉ ପ୍ରଧାନମନ୍ତ୍ରୀ କୋଣାର୍କ ଚକ୍ରକୁ କାହିଁକି ବାଛିଲେ। ଓଡ଼ିଶାରୁ ଯାହା ଆମେ ଅଶା କରୁଛୁ, ତାହା ପାଉଛୁ କି? କଳା, ସଂସ୍କୃତି କ୍ଷେତ୍ରରେ ସମୃଦ୍ଧ ଓଡ଼ିଶା ନିଜ ନେତା ସୃଷ୍ଟି ପାଇଁ ସକ୍ଷମ। ଓଡ଼ିଶା ଭଳି ରାଜ୍ୟର ନେତା ନିଜ ମାଟିର ପୁଅ ହୁଅନ୍ତୁ ବୋଲି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ପ୍ରକାଶ କରିଛନ୍ତି।

- Advertisement -

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍‌‌.ଜୟଶଙ୍କର। ଭୁବନେଶବର ବିମାନବନ୍ଦରରେ ଜୟଶଙ୍କର ପହଞ୍ଚିବା ପରେ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। କେନ୍ଦ୍ରମନ୍ତ୍ରୀ ଏସ୍. ଜୟଶଙ୍କର ଆଜି ଭୁବନେଶ୍ୱରରେ ବୃଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତାକାଲି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କଟକ ଓ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂଚନା ମିଳିଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories