ନବରଙ୍ଗପୁର : ନବରଙ୍ଗପୁର ମାଝୀଗୁଡାରେ ଶନିବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ କ୍ୟାମ୍ପେନ କରିବା ସହ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଭଲ ହୋଇଛି କି ବୋଲି ଜନତାଙ୍କୁ ପଚାରିଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟ।ଣ ଯୋଜନା, ଲକ୍ଷ୍ମୀ ବସ୍ ଯୋଜନା, ମିଶନ୍ ଶକ୍ତି, ପିଲାଙ୍କ ଶିକ୍ଷା ପାଇଁ ଛାତ୍ର ବୃତ୍ତି, ଚାଷୀଙ୍କ ପାଇଁ କାଳିଆ ଯୋଜନା ମମତା ଯୋଜନା ଆଦି ଯୋଜନା ଭଲ ହୋଇଛି କି ପଚାରିଥିଲେ। ଜୋଡ଼ି ଶଙ୍ଖ ଚିହ୍ନରେ ମୋହର ମାରି ଲୋକସଭା ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।
Popular Categories



